ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ1

Nov 24, 2024 - 07:09
 0  5
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ1

ବାରିପଦା ୨୩/୧୧: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦୀର୍ଘ ୫ଦିନ ଧରି ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିଆନ୍‌ ହୋଇଛି । ସେହିଭଳି ବାରାଣସୀର ଏମ୍‌.ଜି.କାଶୀ ବିଦ୍ୟାପୀଠ ଦ୍ୱିତୀୟ, ପଶ୍ଚିମବଙ୍ଗର ଆଡାମାସ ବିଶ୍ୱବିଦ୍ୟାଳୟ ତୃତୀୟ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଚତୁର୍ଥ ସ୍ଥାନ ଅଧିକାର କରିଛି । ଏହି ୪ଟି ଟିମ୍‌ ସର୍ବ-ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଖେଳିବାର ଯୋଗ୍ୟତା ହାସଲ କରିଛନ୍ତି । ଉଦ୍‌ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜୟୀ ଟିମ୍‌କୁ ଟ୍ରଫି ପ୍ରଦାନ କରିଥିଲେ । ନିଜ ଅଭିଭାଷଣରେ ପ୍ରଫେସର ତ୍ରିପାଠୀ ପୂର୍ବ ଭାରତରୁ ଯୋଗ ଦେଇଥିବା ସମସ୍ତ ଖେଳାଳୀ ଓ କ୍ରୀଡ଼ା ଅଧିକାରୀଙ୍କୁ ଏହି କ୍ରୀଡ଼ା ମହାକୁମ୍ଭରେ ଯୋଗଦାନ କରିଥିବା ହେତୁ ଶୁଭେଚ୍ଛା ଜଣାଇବା ସହ ଉପସ୍ଥିତ ଖେଳାଳୀମାନଙ୍କୁ ଅଭିବାଦନ ଜଣାଇଥିଲେ । ଏହି କ୍ରୀଡ଼ା ମହାକୁମ୍ଭର ସଫଳ ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଏବଂ ଖେଳ ଆୟୋଜନରେ ସମସ୍ତ ପ୍ରକାର ସହାୟତା ଦେଇଥିବା ପାଇଁ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସମସ୍ତ ଖେଳାଳୀ ଓ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କକ୍ରିଥିଲେ । କୁଳସଚିବ ଶ୍ରୀ ସହଦେବ ସମାଧିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତିଯୋଗିତାର ପ୍ରୋଟେଷ୍ଟ୍‌ କମିଟିର ମୁଖ୍ୟ ତଥା ଆନ୍ତର୍ଜାତୀୟ ଭଲିବଲ ରେଫରୀ ସୁଦର୍ଶନ ପଟ୍ଟନାୟକ ଓ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ରେଫରୀ ବୋର୍ଡ୍‌ର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରାଙ୍କୁ କୁଳପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯଇଥିଲା । ବାରିପଦା ତଥା ବିଶ୍ୱବିଦ୍ୟାଳୟରେ ତୃତୀୟ ଥର ପାଇଁ ସଫଳତାର ସହିତ ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜନ କରିଥିବାରୁ ଛାତ୍ରଛାତ୍ରୀଗଣ ଓ ମୟୂରଭଞ୍ଜର କ୍ରୀଡ଼ାପ୍ରେମୀଗଣଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ କ୍ରୀଡ଼ା ପରିଷଦର ଉପ-ନିର୍ଦ୍ଦେଶକ ଡ. ଶିଶିର ବେହେରା, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ଜାତୀୟ ରେଫରୀ ରାଜେଶ ଦାସ, ବିଶ୍ୱବିଦ୍ୟାଳୟ ଭଲିବଲ୍‌ କୋଚ୍‌ ରତ୍ନାକର ପାତ୍ର, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ବାରିକ, ସୀମାନ୍ତ ମହାବିଦ୍ୟାଳୟ୍ର କ୍ରୀଡ଼ା ଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁ, କୁଆମରା ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ନରୋତ୍ତମ ଦାସ, କ୍ରୀଡ଼ା ପରିଷଦର ଉପବିଭାଗ ଅଧିକାରୀ ସଞ୍ଜୀବ କୁମାର ତନ୍ତୀ, ସ୍ନାତକୋତ୍ତର ପରିଷଦର ବରିଷ୍ଠ ଷ୍ଟେନୋ ଉଜିତ କୁମାର ଦାସ ଓ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ବିଭିନ୍ନ କ୍ରୀଡ଼ା ଅଧିକାରୀ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତାଗଣ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ