ମଲ୍ଲିପଶି ହାଟ ପଡ଼ିଆରେ ‘ମନ କି ବାଥ’ କାର୍ଯ୍ୟକ୍ରମ
ପାଟଣା, କେନ୍ଦୁଝର: ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ହାଟ ପଡ଼ିଆରେ ଆଜି ୨୩୮ ନମ୍ବର ବୁଥ୍ରେ ‘ମନ କି ବାଥ’ କାର୍ଯ୍ୟକ୍ରମ ସାମୂହିକ ଭାବେ ଶୁଣାଯାଇଥିଲା। ଏହି ଅବସରରେ ପାଟଣା ବିଧାୟକଙ୍କ ସହ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାଥ’ କାର୍ଯ୍ୟକ୍ରମକୁ ମନୋଯୋଗ ସହକାରେ ଶ୍ରବଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ପ୍ରସାରିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଥ୍ କର୍ମକର୍ତ୍ତା ଏବଂ ଅନେକ ସାଧାରଣ ଲୋକ ମଧ୍ୟ ଯୋଗଦେଇଥିଲେ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0