ମନରେଗା ବିଭାଗର କେଉଁ କେଉଁ ବାବୁ ଗାଁସାଥି ମାନଙ୍କୁ ପ୍ରଶୟ ଦେଉଛନ୍ତି ଯାହାକି ଇନ୍ଦ୍ରଚନ୍ଦ୍ର ମାନୁନିନାହାନ୍ତି ଗାଁସାଥି ଗଣ

ମନରେଗା ବିଭାଗର କେଉଁ କେଉଁ ବାବୁ ଗାଁସାଥି ମାନଙ୍କୁ ପ୍ରଶୟ ଦେଉଛନ୍ତି ଯାହାକି ଇନ୍ଦ୍ରଚନ୍ଦ୍ର ମାନୁନିନାହାନ୍ତି ଗାଁସାଥି ଗଣ

Apr 21, 2025 - 06:32
 0  245
1 / 2

1.

ମନରେଗା ବିଭାଗର କେଉଁ କେଉଁ ବାବୁ ଗାଁସାଥି ମାନଙ୍କୁ ପ୍ରଶୟ ଦେଉଛନ୍ତି ଯାହାକି ଇନ୍ଦ୍ରଚନ୍ଦ୍ର ମାନୁନିନାହାନ୍ତି ଗାଁସାଥି ଗଣ 

 ଆଙ୍କର..ଥୁଆମୂଳ ରାମପୁର ବ୍ଲକରେ 24ଗୋଟି ପଞ୍ଚାୟତ ରେ ଅନାବନା ଫୋଟୋ କୁ ନେଇ ଗାଁସାଥିମାନେ ମନଇଚ୍ଛା ହାଜରୀ ପକାଇବା ପାଇଁ ଅନଲାଇନରେ କିଏ ଛୋଟ ଛୁଆ ଶୋଇ ଥିବା ଫୋଟୋ କୁ ତ କିଏ ଫୋଟୋ କୁ ଏବଂ ମୋବାଇଲ ରେ ଥିବା ମୋବାଇଲ ଫୋଟୋ କୁ ଫୋଟୋ ଉଠାଇ ଅପଲୋଡ଼ କରୁଥିବା ଅନଲାଇନ ରେ ସବୁ ଜଳଜଳ କରି ଦେଖାଯାଉଛି l ଗଣମାଧ୍ୟମ ପ୍ରତିନିଧି ଫୋନ ଯୋଗେ ଯୋଗାଯୋଗ କରିବା ସହ ସାକ୍ଷାତ କରି ଅବଗତ କଲେ ହଁ ହାଁ କରି ପୁଣି ମୋତେ ଯେତେ ମାଠିବୁ ମାଠ ମୁଁ ସେହିଦର ବୁଡ଼ାକାଠ ଭୋଳି ଗାଁସାଥି କରୁଛନ୍ତି ଦର୍ଶକ ବନ୍ଧୁ ଗୋଗଲ କୁ ଗଲେ ସବୁ କିଛି ଅନଲାଇନ ଦେଖିପାରିବେ l ଆମେ ସବୁ ଗାଁ ସାଥିକୁ କହୁନୁ କିଛି ଗାଁ ସାଥି ଠିକା ଓ଼ଅର୍ଥ ଲୋଭ ଏପରି କରି ବିନା କାମରେ ବି ଫୋଟୋ ଛବି ବାରମ୍ବାର ଅପଲୋଡ଼ କରି ହଜାରୀ ପକାଉଛନ୍ତି lଦୀର୍ଘ 2008ମସିହା ରୁ 2025 ହେଲା ପାଖାପାଖି ପ୍ରାୟ 17ବର୍ଷ ପରେ ବି କାର୍ଯ୍ୟ ସଠିକରେ କରିପାରୁନାହିଁ l ଏହାକୁ ଖବର ବାରମ୍ବାର ପ୍ରସାରଣ କରାଯାଉଛି ତା ପରେ ବି କିଛି ସୁଧାର ହେଉନି ସରକାର କା ମାଲ ଅପନା ପକେଟ ମେ ଡାଳ ଭୋଳି କରୁଛନ୍ତି l ଏହା ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି l ଏପରି କରିବା ନୂଆ କଥା ନୁହ ଏମିତି ବାରମ୍ବାର ହେଉଛି ଏଥିପ୍ରତି କାହିଁକି କାର୍ଯ୍ୟନୁଷ୍ଠାନ ନେଇ ନାହିଁ ମନରେଗା ରେ ଥିବା ବ୍ଲକ ଅଧିକାରୀ l ଦର୍ଶକ ବନ୍ଧୁ ଏହି ଚିତ୍ର ଟିକେ ଭଲ କରି ଦେଖ କିପରି ଫୋଟୋ କୁ ଗ୍ରାମ ସାଥି ମାନେ ଅପଲୋଡ଼ କରିଛନ୍ତି l କିଏ ତ ଆଜି ବି ମୋବାଇଲ ଧରିବା ଜାଣିନାହିଁ,କିଏ ଗାଁ ସାଥି କାର୍ଯ୍ୟ କଣ ଆଜି ଯାଏଁ ବୁଝି ନ ଥିବା ଵେଲେ କେମିତି ଚାଲୁଛି ଗାଁ ସାଥି କାର୍ଯ୍ୟ ଦର୍ଶକ ବନ୍ଧୁ ଜାଣିପାରୁଥିବେ l ପୁଣି କାହାର କାମ ଫୋଟୋ ଅପଲୋଡ଼ କରୁଛନ୍ତି ତ କାହାର କରୁନାହାନ୍ତି ଏଥିରୁ ଜଣାପଡୁଛି କି ଗାଁ ସାଥି କିଛି କାମ କୁ ବାରଣ ବି କରୁଥିବା ଭୋଳି କଥା ସାମ୍ନାକୁଆସିଛି l ସାଥି ଗଣ ସମସ୍ତ ଙ୍କ ସହ ସୁ ସମ୍ପର୍କ ରଖି ସେବା ଯୋଗାଇ ଦେବା ପାଇଁ ସାଧାରଣ ଜନତା ପ୍ରକାଶ କରିଛନ୍ତି lଏପରି କାର୍ଯ୍ୟ ଅବହେଳା କରୁଥିବା ଗ୍ରାମ ସାଥି ସହ ଶଳାଶତୁରା ହୋଇ ସମାଜ କଲ୍ୟାଣ ବିକାଶ ହେବା ପଥ ରେ ଅନେକ ପ୍ରଜେକ୍ଟ ଅନୁମଦନ ହୋଇ କୋଟି କୋଟି ଟଙ୍କା ସରକାର ଅନୁଦାନ କରିଥିବା ଟଙ୍କା କୁ କେମିତି ପକେଟ ଭରିବା ବ୍ୟସ୍ତ ରହୁଛନ୍ତି l କାହାର କେତେ ଭାଗ ଜଣାଇବେ କି ମନରେଗା ବିଭାଗ କର୍ମଚାରୀ ବାବୁ ସବୁ l

ଖବର ପ୍ରସାର ପ୍ରଚାର ପରେ କଣ ସରକାରୀ ବାବୁ ମାନେ ଏହାର ପଦକ୍ଷେପ ନେବେକି ନାହିଁ ଦେଖିବାକୁ କାଲି ରହିଲା 

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ