ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ ଗଣମାଧ୍ୟମକୁ ସଂକ୍ଷିପ୍ତ ସୂଚନା

Dec 5, 2024 - 05:40
 0  57
ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ ଗଣମାଧ୍ୟମକୁ ସଂକ୍ଷିପ୍ତ ସୂଚନା

ନବରଙ୍ଗପୁର,( ରଞ୍ଜିତନାୟକ ) ତା:୦୪/୧୨/୨୦୨୪- ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲା ସ୍ତରୀୟ ମଣ୍ଡେଇ ମହୋତ୍ସବ -୨୦୨୪ ଉପଲକ୍ଷେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡ଼ା ଶୁଭଙ୍କର ମହାପାତ୍ର ଓ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ! ଆସନ୍ତା ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଜିଲା ସ୍ତରୀୟ ଅନୁଷ୍ଠିତ ହେବ ! ୬,୭ ଓ ୮ତାରିଖ ୩ ଦିନ ମୁଖ୍ୟ ମଣ୍ଡେଇ ଉତ୍ସବ ରହିବ ! ଉଦ୍ଘାଟନୀ ଉତ୍ସବ ଦିନ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅପରାହ୍ନ ୨.୩୦ ମି ରେ ମଶାଲ ଓ ସାଂସ୍କୃତିକ ଶୋଭା ଯାତ୍ରା ବାହାରି ମଣ୍ଡେଇ ପଡିଆ ମଞ୍ଚ ନିକଟରେ ପହଞ୍ଚିବ ! ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ ବରେଣ୍ୟ ଅତିଥି ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କ୍ୟାବିନେଟ୍ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେବେ ! ସନ୍ଧ୍ୟା ୬ଟାରେ ମୁଖ୍ୟ ଅତିଥି ପଲ୍ଲୀଶ୍ରୀ ମେଳା ଉଦ୍ଘାଟନ ପରେ ମୁଖ୍ୟ ଅତିଥି ଓ ଆତିଥିମାନଙ୍କ ଗ୍ରହଣ ରେ ସାଂସ୍କୃତିକ ସଭା କାର୍ଯ୍ୟ ଆରମ୍ଭ ହେବ ! ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବରେଣ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେବେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ ! ବରେଣ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସଂମ୍ମାନୀତ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେବେ ! ମୁଖ୍ୟ ୩ ଦିନ ଲୋକ ମୋହତ୍ସଵ ମଣ୍ଡେଇର ସଂମ୍ମାନୀୟ ଅତିଥି ଭାବେ ନବରଙ୍ଗପୁର ଏମପି ବଳଭଦ୍ର ମାଝୀ, ରାଜ୍ୟ ସଭା ଏମପି ମୁଜିବୁଲ୍ଲା ଖାନ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଝରିଗାଁ ବିଧାୟକ ନରସିଂ ଭତରା, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଯୋଗ ଦେବେ ! ମୋଟ ୩୬୦ ଷ୍ଟଲ ପ୍ରସ୍ତୁତ ହୋଇଛି ! ସେଥିମଧ୍ୟରୁ ବିଭାଗୀୟ ଷ୍ଟଲ ୯୦,ପଲ୍ଲୀଶ୍ରୀ ମେଳା ପାଇଁ ୧୧୬, ବ୍ୟବସାୟିକ ଷ୍ଟଲ ୧୩୫ ଓ ଅନ୍ୟାନ୍ୟ ୧୯ ଟି ଷ୍ଟଲ ବ୍ୟବସ୍ଥା କରାଯାଇଛି ! ପୋଲିସ ଓ ପ୍ରଶାସନିକ କଣ୍ଟ୍ରୋଲ ରୁମ ସ୍ଥାପନ ସହ ପାନୀୟଜଳ ଯୋଗାଣ ପାଇଁ ୬ଟି ପାଣି ଟ୍ୟାଙ୍କର, ୮ ଟି ୧୦୦୦ ଲିଟର ସିନଟେକ୍ସ ମଣ୍ଡେଇ ପଡିଆ ର ବିଭିନ୍ନ ସ୍ଥାନରେ ରଖାଯିବ ! ମହିଳାଙ୍କ ପାଇଁ ୮ ଟି ଓ ପୁରୁଷଙ୍କ ପାଇଁ ୧୧ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି ! ତେବେ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ରହିବ ବୋଲି ଜିଲାପାଳ ମହାପାତ୍ର କହିଛନ୍ତି ! ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୬ ଓ ୭ ତାରିଖ ଦିନ ୧୦ ପ୍ଲାଟୁନ ପୋଲିସ ଫୋର୍ସ ରହିବ ! ଟ୍ରାଫିକ ନିୟନ୍ତ୍ରଣ ସହ ବାଇପାସ୍ ରୋଡ଼, ସହରରେ ପେଟ୍ରୋଲିଂ କଡାକଡି କରାଯିବ ! ସାଧା ପୋଷାକରେ ମଧ୍ୟ ପୋଲିସ ରହିବେ ! ଉଦ୍ଯାପନୀ ଦିବସରେ ମୁଖ୍ୟ ମନ୍ତ୍ରୀଙ୍କ ଗସ୍ତ ଯୋଗୁ ଯାଞ୍ଚ କଡାକଡି ରହିବା ସହିତ ୨୦ ପ୍ଲାଟୁନ ପୋଲିସ ଫୋର୍ସ ରହିବେ ! ଅତିରିକ୍ତ ଏସପି, ଡିଏସପି ୪ ଜଣଙ୍କ ସମେତ ଇନ୍ସପେକ୍ଟର,ଏସଆଇ, ଏ ଏସ ଆଇ , ହାବିଲଦାର, କନେଷ୍ଟେବଲ,ଗୃହରକ୍ଷୀ ପ୍ରମୁଖ ବିଭିନ୍ନ ଦାୟିତ୍ୱରେ ରହିବେ ! ମଣ୍ଡେଇ ମୁଖ୍ୟ ୩ ଦିନ ଅପରାହ୍ନ ୪ ଟାରୁ ରାତ୍ର ୧୨ ଟା ଯାଏ ଜାତୀୟ ରାଜପଥ ଓ ଏକତରଫା ରାସ୍ତା ଦେଇ ଭରିଯାନ ବାହନ ଯିବ ନାହିଁ ! ସହର ବାହାରେ ପାର୍କିଂଗ କରି ରହିବେ ! ୪ ଚକିଆ ଯାନବାହନ ନିୟନ୍ତ୍ରଣରେ ଛଡ଼ାଯିବ ବୋଲି ଏସପି ମିହିର ପଣ୍ଡା କହିଛନ୍ତି ! ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଓ ନବୀନ ଚନ୍ଦ୍ର ନାୟକ, ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ