ଭୈରବଗଡ ଗ୍ରାମରେ ଚବିଶ ପ୍ରହରୀ ନାମ ଯଜ୍ଞ ଓ ୧୧୧ କଳସ ଯାତ୍ରା ମହାଆଡମ୍ବରରେ ପାଳିତ

Nov 12, 2024 - 21:46
 0  14
ଭୈରବଗଡ ଗ୍ରାମରେ ଚବିଶ ପ୍ରହରୀ ନାମ ଯଜ୍ଞ ଓ ୧୧୧ କଳସ ଯାତ୍ରା ମହାଆଡମ୍ବରରେ ପାଳିତ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅନ୍ତର୍ଗତ ଭୈରବ ଗଡ଼ ଗ୍ରାମରେ ଭୈରବ ଗଡ଼ ନାମ ଯଜ୍ଞ କମିଟି ତରଫରୁ ଚବିଶ ପ୍ରହରୀ ନାମ ଯଜ୍ଞ ଓ କଳସ ଯାତ୍ରା ମହାଆଡମ୍ବରରେ, ପାଳନ କରାଯାଇଥିବା ଦେଖିବା କୁ ମିଳିଛି ।ଏହି ନାମ ଯଜ୍ଞ ପ୍ରହରୀ ନିମନ୍ତେ ପ୍ରଥମେ ଗ୍ରାମର ନିକଟସ୍ଥ ସକଟା ନାଳ ଠାରୁ ବିଧି ବଧ ଭାବରେ ପୂଜା ଅର୍ଚ୍ଚନା ପରେ ଗଙ୍ଗାଜଳ ମନ୍ତ୍ରପାଠ କରି ୧୧୧ ଏକଶହ ଏଗାର କଳସ ମାଠିଆରେ ଭର୍ତ୍ତି କରାଯାଇ ଗୋଟିଏ ପରେ ଗୋଟିଏ ,ଉଠାଇ ଧାଡ଼ି କୁ ଧାଡ଼ି ହୋଇ ପୂଜା ମଣ୍ଡପକୁ ପରିକ୍ରମା କରି ନେଉଥିବା ଦେଖିବାକୁ ମିଳିଥିଲା, ମଣ୍ଡପକୁ ପହଞ୍ଚି ବାପରେ ମୂଖ୍ୟ ପୁରୋହିତ ଗୋଟିଏ ପରେ ଗୋଟିଏ, ସ୍ଥାପନା କରିଥିଲେ ,। ଏଥିରେ ଜିଲ୍ଲା ବାହାରୁ ଆସିଥିବା ୧୬ ଗୋଟି ଦଳ ସକିର୍ତନ ମଣ୍ଡଳୀ ଭାଗ ନେଇଥିବା ଜଣାପଡ଼ିଛି ।ବିଭିନ୍ନ ଗ୍ରାମରୁ ନାମଜଜ୍ଞ ଦେଖିବାକୁ ଆସୁଥିବା ହଜାର ହଜାର ଭକ୍ତ ମାନଙ୍କ ଭିଡ଼ ନିମନ୍ତେ ଦିବା ରାତ୍ର ମଙ୍ଗଳବାର ଦିନଠାରୁ ଆରମ୍ଭ କରି ଶୁକ୍ରବାର ଦିନ ସମାପ୍ତି ପର୍ଯ୍ୟନ୍ତ ଅର୍ଣ୍ଣ ଭୋଗର ବ୍ୟବସ୍ଥା ଯୋଗାଇ ଦିଆଯାଉଥିବା ପୂଜା କମିଟି ପକ୍ଷରୁ ସଭାପତି ପପୁ ଗନ୍ତାୟତ,କହିଛନ୍ତି। ପୂଜା କମିଟି ପକ୍ଷରୁ ମନୋରଞ୍ଜନ ସାହୁ, ନିରଞ୍ଜନ ସାହୁ, ଉପଦେଷ୍ଟା କମିଟି ମଧୁ ମାଣ୍ଡାଙ୍ଗୀ ,ଭ୍ରୃଷକେତୁ ଗନ୍ତାୟତ, ଭବାନୀ ଶଙ୍କର ସାହୁ, କିରଣ ସାହୁ, ଦିଗାମ୍ବର ସିକୋକା,ନାରୀ ନେତ୍ରୀ ପୁଷ୍ପଲତା ଦଲପତୀ ଗ୍ରାମପଞ୍ଚାୟତ ସମିତି ସଭ୍ୟା ସୁମିତ୍ରା ମାଝୀ, ଉପସ୍ଥିତ ରହି ବର୍ଷ ବର୍ଷ ରୁ ଚାଲି ଆସୁଥିବା ପରମ୍ପରା କୁ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ପୁରୁଷ ଓ ମହିଳା ମିଳିତଭାବେ ଯେଉଁ ଭଲି ସୁରୁଖୁରୁରେ ସୁଫଳ ହୋଇ ସମ୍ଫନ ହେଇପାରିବ ସେନେଇ ପରିଚାଳନା ଓ ସହଯୋଗ କରୁଥିବା ଜଣାପଡିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ