ଭୁତ କୋଠରୀ ପାଲିଟିଛି ଥୁଆମୂଳ ରାମପୁର ପ୍ରାଣୀ ଚିକିତ୍ସାଳୟ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

Mar 9, 2025 - 20:01
 0  45
ଭୁତ କୋଠରୀ ପାଲିଟିଛି ଥୁଆମୂଳ ରାମପୁର ପ୍ରାଣୀ ଚିକିତ୍ସାଳୟ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

(ନାମକୁ ମାତ୍ର ନିଯୁକ୍ତି ପାଇଛନ୍ତି ପ୍ରାଣିଧନ ନିରୀକ୍ଷକ)

 ଥୁଆମୂଳ ରାମପୁର(କଳାହାଣ୍ଡି)-:ଓଡିଶା ସରକାରଙ୍କ ପ୍ରୋତ୍ସାହନା ରେ ଚାଷୀ ଅନେକ ଗୃହ ପାଳିତ ପଶୁପକ୍ଷୀ ପାଳିଥାନ୍ତି l ନିରିହ ଗରିବ ଚାଷୀଟିଏ ଅକ୍ଲାନ୍ତ ପରିଶ୍ରମ କରି ପଶୁପକ୍ଷୀ ବୃଦ୍ଧି କରିବାକୁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ଚିକିତ୍ସା ଅଭାବରୁ ବିଫଳ ହେଉଥିବା ଲକ୍ଷ୍ୟ କରାଯାଉଛି l ଏଥିରେ କୁକୁଡ଼ା,ପାରା, ଛେଳି, ମେଣ୍ଢା, ଗାଈ, ବଳଦ,ମଇଁଷି ଭଳି ଅନେକ ପଶୁପକ୍ଷୀ ଚାଷ କରି କିଛି ଲାଭ ପାଇବା ଆଶା ରେ ଚାଷ କରିଥିଲେ କ'ଣ ହେବ, ଯମ ସ୍ୱରୂପ ସ୍ଥାନୀୟ ପ୍ରଶାସନ ବାଧକ ସାଜୁଥିବା ମନେ ହେଉଛି l ଏହାକୁ ନିରୀକ୍ଷଣ କରିବା ପାଇଁ ସରକାର ପ୍ରାଣୀ ଚିକିତ୍ସା ବିଭାଗ ରେ କିଛି ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ସତ, କିନ୍ତୁ କିଛି ନିଯୁକ୍ତି ପାଇ ଥିବା କର୍ମଚାରିଙ୍କ କାର୍ଯ୍ୟ ଅବହେଳା ଯୋଗୁଁ,ନିଜ ଘରେ ରହି କାର୍ଯ୍ୟାଳୟ କୁ କିମ୍ବା ନିଜ ଅଞ୍ଚଳ ନ ଯାଇ ବି ସରକାରଙ୍କ ମୋଟା ଅଙ୍କର ଦରମା ଟଙ୍କା ପାଇ କାହାକୁ ଖାତିର ନ କରି ଅତିଶୟ ବିଳାସମୟ ଜୀବନ ଯାପନ କରୁଥିବା ଲକ୍ଷ୍ୟ କରାଯାଉଛି।ସର୍ବଦା ପଶୁ ଚିକିତ୍ସାଳୟ ରେ ତାଲା ପଡିରହୁଛି।ନିଜ କାର୍ଯ୍ୟ ପ୍ରତି ଅବହେଳା କରିବା ବିଷୟ ଗଣ ମଧ୍ୟମ ରେ ବାରମ୍ବାର ପ୍ରକାଶ ହେଲାପରେ ବି ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ଆଦୌ ଦୃଷ୍ଟି ଦେଉ ନାହିଁ l ଏଥିପାଇଁ ଚାଷୀମାନଙ୍କ ଶହ ଶହ ପଶୁ ପକ୍ଷୀ ଅନେକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ବି ପ୍ରଶାସନ ସତେ ଯେପରି ଅନ୍ଧ, ମୁକ, ବଧିର ପାଲିଟି ଯାଇଥିବା ଅଭିଯୋଗ ହେଉଛି l ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ମହୁଲ ପାଟଣା ପଞ୍ଚାୟତ ର ପଡେପଦର ର ଦୁଇ କର୍ମ ଚାରି କାର୍ଯ୍ୟ ପ୍ରତି ଅବହେଳା କରୁ ଥିବା କଥା ଅଂଚଳ ବାସୀ ପ୍ରକାଶ କରିଥିଲେ l ଏହାକୁ ନେଇ ମହୁଲ ପାଟଣା ପ୍ରାଣୀ ଧନ ନିରୀକ୍ଷଣ ସୁବାସ ନାଏକଙ୍କୁ ବାରମ୍ବାର ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ବି ଜାଣିଶୁଣି ସେ ଗ୍ରହଣ କରୁନାହାନ୍ତି।ଏହାକୁ ନେଇ ଗତ ଦିନରେ ଧରିତ୍ରୀ ଦୈନିକ ଖବର କାଗଜ ରେ ପ୍ରକାଶ ହୋଇ ଥିଲେ ବି ସେ ଗଣମାଧ୍ୟମ କୁ ସମ୍ପୂର୍ଣ ଅଣଦେଖା କରୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି l ଉଚ୍ଚପଦସ୍ଥ ଅଧିକାରୀଙ୍କ ସଠିକ ତଦନ୍ତ ନ ହେବା ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ ନିରୀହ ଗରିବ ଲୋକଙ୍କ ଅନେକ ପ୍ରାଣୀ କ୍ଷୟକ୍ଷତି ଘଟୁଛି l ଏହାପ୍ରତି ତୁରନ୍ତ ତଦନ୍ତ କରି କାର୍ଯ୍ୟା।ଏଥିପାଇଁ ଚାଷୀମାନଙ୍କ ଶହ ଶହ ପଶୁ ପକ୍ଷୀ ଅନେକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଉଛି l ଯାହା ଫଳରେ କି ଲାଭ ବଦଳରେ କ୍ଷତି କରୁଛନ୍ତି ପଞ୍ଚାୟତ ପ୍ରାଣୀ ଧନ ନିରୀକ୍ଷଣଙ୍କ ମାସ ମାସ ଡ୍ୟୁଟି ନ ଯିବା ଯୋଗୁଁ ଅନେକ ପ୍ରାଣୀ ଧନ ନଷ୍ଟ ହେଉଛି l ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର 4ଟି ପଞ୍ଚାୟତ 1. ନାକରୁଣ୍ଡି, 2.କେଇପାଇ, 3.ମହୁଲ ପାଟଣା, 4.ପଡେପଦର ,5. ସିଲେଟ ର ଦୁଇ କର୍ମ ଚାରି କାର୍ଯ୍ୟ ପ୍ରତି ଅବହେଳା କରୁ ଥିବା କଥା ଅଂଚଳ ବାସୀ ପ୍ରକାଶ କରିଥିଲେ l ଏହାକୁ ନେଇ ମହୁଲ ପାଟଣା ପ୍ରାଣୀ ଧନ ନିରୀକ୍ଷଣ ସୁବାସ ନାଏକ ଏବଂ ଆଉ ଜଣେ ବିକାଶ ପଣ୍ଡା ପ୍ରାଣୀଧନ ନିରୀକ୍ଷଣ ଡ୍ୟୁଟି ଯାଉନାହାନ୍ତି ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ କେମିତି ଜାଣିଶୁଣି କିଛି ପଦକ୍ଷେପ ନ ନେଇ ଅଲଟା ଅବହେଳା କରୁଥିବା ନିରୀକ୍ଷଣ ମାନଙ୍କଠାରୁ କିଛି ଟଙ୍କା ଭାଗ ବଣ୍ଟା କରି ଖାଉଥିବା ଥୁଆମୂଳ ରାମପୁର ଅଞ୍ଚଳ ରେ ବୁଦ୍ଧି ଯିବିଚର୍ଚ୍ଚା କରୁଥିବା ବିଶ୍ୱତ୍ୱ ସୂତ୍ରରୁ ଜଣାପଡିଛି l ମାସ ଥରେ ବୈଠକ ହୁଏ ସେଥିରେ ବି ଏହି ଦୁଇ ଜଣ ଅନୁପସ୍ଥିତ ରହିଥାନ୍ତି l ଏମାନଙ୍କ ଦରମା ଟଙ୍କା ଭାଗ ବଣ୍ଟା କରିଥିବା କଥା ସାମ୍ନାକୁ ଆସିଛି l ଏହି ଦୁଇ ଜଣକୁ ଥୁଆମୂଳ ରାମପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଛବିଳ ମାଝୀ ପ୍ରଶୟ ଦେଉଥିବା ଯୋଗୁଁ ସାଧାରଣ ଲୋକଙ୍କ ଅନେକ ପ୍ରାଣୀ କ୍ଷୟ ହେଉଛି l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ