ଭତ୍ତା ପାଇବାର ବୟସ ସୀମା ଅତିକ୍ରମ କରିଥିଲେ ସୁଦ୍ଧା ରାଜ୍ୟ ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି

Nov 7, 2026 - 18:04
 0  29
ଭତ୍ତା ପାଇବାର ବୟସ ସୀମା ଅତିକ୍ରମ କରିଥିଲେ ସୁଦ୍ଧା ରାଜ୍ୟ ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି

ଦାରିଙ୍ଗବାଡି ୭/୧୧ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା): ଓଡ଼ିଶା ସରକାରଙ୍କ ପକ୍ଷରୁ ବୟସ୍କ ଓ ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଆଣିଥିଲେ ପୂବ ସରକାର କିନ୍ତୁ ଏବେକା ସରକାର ଦେବାରେ ବିଫଳ ହେଉଛନ୍ତି ଯେଉଁ ମାନେ ଭତ୍ତା ପାଉଥିଲେ ସେମାନଙ୍କ ଭତ୍ତା ଟଙ୍କା ଆତ୍ମସାତ୍ କରିଦେଉଛନ୍ତି ସିନା ଦେଉ ନାହାନ୍ତି ଓଡ଼ିଶା ସରକାର । ଯେଉଁମାନେ ସଠିକ୍ ହିତାଧିକାରୀ ଯୋଗ୍ୟତା ସେହିପରି ଜଣେ ବୃଦ୍ଧା ମହିଳା ଦୀର୍ଘ ୫ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହେବା ଘଟଣା ସାମ୍ନାକୁ ଆସିଛି ।ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସରାମୂଳୀ ପଞ୍ଚାୟତ ଅନ୍ତର୍ଗତ ମାର୍ଦ୍ଧିପଙ୍କା ଗ୍ରାମର ବଣ୍ଡାଲୁ ମୁଠାମାଝି ୬୦ ବର୍ଷ ବୟସ ଅତିକ୍ରମ କରିବା ପରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଅନଲାଇନ୍‌ରେ ଦାଖଲ କରାଯାଇଥିଲା। ହେଲେ ଆବେଦନର ୫ ମାସ ବିତିଯାଇଥିଲେ ମଧ୍ୟ ଵର୍ତ୍ତମାନ ସୁଦ୍ଧା କୌଣସି ତାଙ୍କ ନାମ ହିତାଧିକାରୀ ତାଲିକାରେ ସାମିଲ ହୋଇନାହିଁ। ଭତ୍ତା ପାଇବା ଆଶାରେ ସେ ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ନିଜର ନ୍ୟାର୍ଯ୍ୟ ଅଧିକାର ପାଇବା ଆଶାରେ ତାଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ଜଣେ ଯୋଗ୍ୟ ବୃଦ୍ଧାଙ୍କ ଆବେଦନ ଦୀର୍ଘ ୫ ମାସ ଧରି କାହିଁକି ପଡ଼ିରହିଛି ଏବଂ ତାଙ୍କ ନାମ ହିତାଧିକାରୀ ତାଲିକାରେ ସାମିଲ ହୋଇପାରୁନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ଦିଗରେ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ପଞ୍ଚାୟତ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ। ଏଣୁ ଗୋଷ୍ଟି ଉନ୍ନୟନ ଅଧିକାରୀ ମହୋଦୟ ଆବେଦନର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ କାଗଜପତ୍ର ଓ ଯୋଗ୍ୟତା ଯାଞ୍ଚ କରି ନିୟମାନୁସାରେ ବଣ୍ଡାଲୁ ମୁଠାମାଝିଙ୍କୁ ଯଥାଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି। ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ଜଣେ ବୃଦ୍ଧାଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ନକରିବାକୁ ଦାବି ହେଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ