।। ବ୍ରଜପାତରେ ଇଂଜିନିୟରିଂ ଯୁବକ ମୃତ୍ୟୁ ବୈପାରିଗୁଡ଼ା ।।

ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଚେର୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବ୍ରଜପାତରେ ଜଣେ ଇଞ୍ଜନିୟରିଂ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଚେର୍କା ଗ୍ରାମର ଭଜ ମାଣ୍ତିଙ୍କ ଚବିସ୍ ବର୍ଷର ପୁଅ ମିଖାଇଲ ମାଣ୍ଡି ନିଜ ଘରର ଛାତ ଉପରେ ଥିବା ସମୟରେ ହଠାତ୍ ତାଙ୍କ ଉପରକୁ ବଜ୍ରପାତ ପଡ଼ିଥିଲା । ବ୍ରଜପାତ ପଡ଼ିବା ପରେ ମିଖାଇଲ ଗୁରୁତ୍ତ୍ଵ ଅବସ୍ଥାରେ ଅଚେତ୍ ହୋଇ ପଡ଼ିଯାଇଥିଲା । ଗୁରୁତ୍ତ୍ଵ ଅବସ୍ଥାରେ ସାଙ୍ଗେ ସାଙ୍ଗେ ମିଖାଇଲଙ୍କୁ କୁନ୍ଦୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତି କରିଥିଲେ । ସେଠାରେ ଡାକ୍ତର ପରୀକ୍ଷା କରି ମିଖାଇଲଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଏହାର ଖବର ପରେ ରାମଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ । ଏବଂ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ l ଇଞ୍ଜିନିୟରିଂ କରିଥିବା ପୁଅକୁ ହରେଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଆଖ ପାଖ ଅଞ୍ଚଳର ଲୋକେ ଦୁଃଖ ପ୍ରକାଶ କରିବା ସହ ଚେର୍କା ଅଞ୍ଚଳରେ ଶକର ଛାୟା ଖେଳି ଯାଇଛି ।
ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






