ବୋଡେ଼ନରେ ସାଇବର ଫ୍ରଡ଼ କରି ୧ ଲକ୍ଷ 83 ହଜାର ଟଙ୍କା ଲୁଟ ଘଟଣାରେ:ଝାଡଖଣ୍ଡରୁ ଜଣେ ଅଭିଯୁକ୍ତ ଗିରଫ କଲା ପୋଲିସ:ନୂଆପଡା ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

Dec 19, 2024 - 21:31
 0  23
ବୋଡେ଼ନରେ ସାଇବର ଫ୍ରଡ଼ କରି ୧ ଲକ୍ଷ 83 ହଜାର ଟଙ୍କା ଲୁଟ ଘଟଣାରେ:ଝାଡଖଣ୍ଡରୁ ଜଣେ ଅଭିଯୁକ୍ତ ଗିରଫ କଲା ପୋଲିସ:ନୂଆପଡା ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆପଡା : ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅଂଚଳରେ ଜଣେ ବ୍ୟକ୍ତିଙ୍କ ଠାରୁ ସାଇବର ଫ୍ରଡ଼ କରି ୧ ଲକ୍ଷ 83 ହଜାର ଟଙ୍କା ଲୁଟ ଅଭିଯୋଗରେ ନୂଆପଡା ପୋଲିସ ଝାଡଖଣ୍ଡର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି | ଏ ନେଇ ମାଧ୍ୟାର୍ହ୍ନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଆରକ୍ଷୀ ଅଧିକ୍ଷକ ଜି. ଆର ରାଘବେନ୍ଦ୍ର ସୂଚନା ପ୍ରଦାନ କରିଛନ୍ତି | ତେବେ ପ୍ରକାଶ ଜେ ବୋଡେ଼ନ ବ୍ଲକ ବରଗାଁର ଭାବେଶ କୁମାର ମେହେର ସାଇବର ଫ୍ରଡ଼ର ଶିକାର ହୋଇ ୧ ଲକ୍ଷ 83 ହଜାର ଟଙ୍କା ଏକ ଅନଲାଇନ ଏପ ଦ୍ୱାରା ଲୁଟ ହୋଇଥିବାର ଚଳିତ ମାସ ୧୩ ତାରିଖରେ ଲିଖିତ ଭାବେ ବୋଡେ଼ନ ଥାନାରେ ଅଭିଯୋଗ କରିଥିଲେ | ଏହି ମାମଲାକୁ ଗୁରୁତ୍ୱ ଦେଇ ବୋଡେ଼ନ ପୋଲିସ ଏକ ମାମଲା ୨୭୨/୨୪ ରୁଜୁ କରି ତୁରନ୍ତ ଘଟଣାର ତଦନ୍ତ ଆରମ୍ବ କରି ଦେଇଥିଲେ | ତେବେ ନୂଆପଡା ଏସପିଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ବୋଡେ଼ନ ଥାନା ଏସଆଇ ଧରଣୀଧର ଦାଶ, କନେଷ୍ଟବଳ ସଞ୍ଜୟ ବନଛୋର, ଅନନ୍ତ ଶବର, କିଶାନ ଶବର, ମନୋଜ ବେହେରା ଗଠନ କରାଯାଇଥିଲା | ପରେ ସ୍ୱତନ୍ତ୍ର ଟିମ ତଦନ୍ତ କରି ଝାଡଖଣ୍ଡ ରାଜ୍ୟ ଦେଓଗଡ଼ ଜିଲ୍ଲା ସାରଥ ଥାନା ଅଂଚଳର ବରଦାହି ଗାଁ ୨୩ ବର୍ଷୀୟ ଅଭିଜିତ କୁମାର ମେହେରାଙ୍କୁ ଗିରଫ କରିଥିଲେ | ଏବଂ ପୋଲିସ ଭୟରେ ଏହି ମାମଲାରେ ଅନ୍ୟ ଏକ ଅଭିଯୁକ୍ତ ବା କିଙ୍ଗ ପିନ ମିଥିଲେଶ କୁମାର ଦାଶକୁ ପୋଲିସ ଖୋଜୁଥିବାର ଏସପି ଜି ଆର ରାଘବେନ୍ଦ୍ର ସୂଚନା ପ୍ରଦାନ କରିଛନ୍ତି | ଏହା ସହିତ ଅଭିଯୁକ୍ତଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସବୁକୁ ପୋଲିସ ଫ୍ରିଜ କରିଥିବାର ମଧ୍ୟ ସୂଚନା ପ୍ରଦାନ କରାଯାଇଛି | ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ଅନାବଶ୍ୟକୀୟ ମେସେଜ ଓପନ କରନ୍ତୁ ନାହିଁ ଏବଂ ଅଜଣା ଫୋନରେ ନିଜର ପରସନାଲ ଡାଟା ନ ଦେବା ପାଇଁ ଅନୁରୋଧ କରିଛନ୍ତି |

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ