ବେନଗାଁ ପଞ୍ଚାୟତ ର ବିଭିନ୍ନ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ.

Apr 16, 2025 - 13:04
 0  14
ବେନଗାଁ ପଞ୍ଚାୟତ ର ବିଭିନ୍ନ ସ୍କୁଲରେ  ବାର୍ଷିକ ଉତ୍ସବ ଅନୁଷ୍ଠିତ.

ଲାଞ୍ଜିଗଡ :୧୬/୦୪( )କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ର ବିଭିନ୍ନ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ବେନଗାଁ ପଞ୍ଚାୟତ ର ଘୋଡାପୋଖରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଯୋଗେଶ୍ୱର ମଙ୍ଗରାଜ ଓ ସହ ଶିକ୍ଷ୍ୟକ ଟଙ୍କଧର ବାଗ ଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ଅନୁଷିତ ହୋଇଥିବାବେଳେ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ସରସ୍ବତୀ ମାଁ ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇ ଅତିଥି ମାନଙ୍କୁ ମଞ୍ଚରେ ଉପବେଶନ କରାଯାଇଥିଲା।ପରେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପେଙ୍ଗସୁର କ୍ଲଷ୍ଟର ର ସି ଆର ସି ସି ସଞ୍ଜୀବ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବାବେଳେ ଯୁବ ସାମ୍ବାଦିକ ସାଗର ବେନାଲ ମୁଖ୍ୟବକ୍ତା ଯୋଗଦେଇଥିଲେ l ଘୋଡ଼ାପୋଖରୀ ଗ୍ରାମର ସ୍ବେଛାସେବୀ ଆଶା ଦିଦି ପାର୍ବତୀ ହରିଜନ, ୱାର୍ଡ ମେମ୍ବର ତ୍ରିନାଥ ହରିଜନ,ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ବାର୍ଷିକ ବିବରଣୀ ପଠନ କରିଥିଲେ.ପଦ୍ମଥୋପା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶୀଲ ବାଗ ପ୍ରମୁଖ ସହଯୋଗ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ lସି ଆର ସି ସି ମହୋଦୟ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ଅନେକ କାର୍ଯ୍ୟକଳାପ କୁ ଦେଖିଗର୍ବ କରିଥିଲେ ଓ ଶେଷରେ ସାନ୍ତନା ମୂଳକ ପୁରସ୍କାର ବିତରଣ କରି ବାର୍ଷିକ ଉତ୍ସବ ଶାନ୍ତି ଶୃଙ୍ଖଳା ରକ୍ଷା କରି ଅତି ସୁନ୍ଦର ଭାବରେ ସମାପ୍ତ କରିଥିଲେ |

 ଲାଞ୍ଜିଗଡ଼ ରୁ ସାଗର ବେନାଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ