ବେଆଇନ ବାଲି ଚାଲାଣର ପର୍ଦ୍ଦାଫାଶ କରିବାରୁ କାର୍ଯ୍ୟରତ ସାମ୍ବାଦିକ ଉପରେ ମରଣାନ୍ତକ ଆକ୍ରମଣ

Sep 28, 2026 - 19:33
 0  33
ବେଆଇନ ବାଲି ଚାଲାଣର ପର୍ଦ୍ଦାଫାଶ କରିବାରୁ କାର୍ଯ୍ୟରତ ସାମ୍ବାଦିକ ଉପରେ ମରଣାନ୍ତକ ଆକ୍ରମଣ

ବେଆଇନ ବାଲି ଚାଲାଣର ପର୍ଦ୍ଦାଫାଶ କରିବାରୁ କାର୍ଯ୍ୟରତ ସାମ୍ବାଦିକ ଉପରେ ମରଣାନ୍ତକ ଆକ୍ରମଣ, ଝାରପୋଖରୀଆ ଥାନାରେ ଲିଖିତ ଅଭିଯୋଗ। ଗୁରୁତର ଆହତ ସାମ୍ବାଦିକ ହେଲେ ଝାରପୋଖରିଆ ଗ୍ରାମର କ୍ଷୀରୋଦ ଚନ୍ଦ୍ର ଦାସ। ବୁଝାମଣା ବାହାନାରେ ଡାକି ନେଇ ଯୋଜନାବଦ୍ଧ ଭାବେ ମୁଣ୍ଡ ଫଟାଇ ଦେବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏକ କାପୁରୁଷୋଚିତ ପ୍ରହାର ହୋଇଛି। ସରକାରୀ ରାଜସ୍ୱ ଖୋଲାଖୋଲି ଲୁଟ୍ ହେଉଛି, କୋଟି କୋଟି ଟଙ୍କାର ବାଲି ବେଆଇନ ଭାବେ ଚାଲାଣ କରାଯାଉଛି, ଆଉ ସତ ଖବର ପରିବେଷଣ କଲେ ସାମ୍ବାଦିକଙ୍କ ରକ୍ତ ବୁହୁଛି! ଅଭିଯୁକ୍ତ ସମ୍ବିତ ମିଶ୍ର (ବାବା) ମୋବାଇଲ୍ ଛଡ଼ାଇ ନେଇ ପ୍ରମାଣ ନଷ୍ଟ କରିବା ସହ ଏତେ ବଡ଼ ଦୁଃସାହସ କିପରି ଦେଖାଇଲା? ଅନ୍ତଃରାଜ୍ୟ ସୀମାନ୍ତରେ ବାଲି ମାଫିଆଙ୍କ ଉପଦ୍ରବ ଓ ଗୋଷ୍ଠୀ କନ୍ଦଳ ବୃଦ୍ଧି ପାଉଥିବା ସତ୍ତ୍ୱେ ପ୍ରଶାସନ ଆଖି ବୁଜି ବସିଛି କାହିଁକି? ପ୍ରଶାସନର ଏହି ଦୁର୍ବଳ ମନୋଭାବ ଓ ରହସ୍ୟଜନକ ନୀରବତା କ’ଣ ମାଫିଆମାନଙ୍କୁ ଖୋଲା ସମର୍ଥନ ଯୋଗାଉ ନାହିଁ? ଯଦି ସତ ଦେଖାଉଥିବା ଜଣେ ସାମ୍ବାଦିକ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି, ତେବେ ଏଠାରେ ସାଧାରଣ ନାଗରିକଙ୍କ ସୁରକ୍ଷା କାହିଁ? ଏଭଳି ଗୁଣ୍ଡାରାଜ୍ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ବାଲି ମାଫିଆଙ୍କ ଉତ୍ପାତ ସମଗ୍ର ବ୍ୟବସ୍ଥାକୁ ଧ୍ୱଂସ କରିଦେବ ବୋଲି ବୃଦ୍ଧିଜୀବିମାନେ ଦାବି କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ