।। ବିଶ୍ୱ ଜନସଂଖ୍ୟା ଦିବସ 2024 ପାଳିତ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସି.ଡି.ଏମ.ଓ ଏବଂ ପି.ଏଚ.ଓ. ଡ. ମନୋଜ ସାହୁଙ୍କ ସଭାପତିତ୍ୱରେ ବିଶ୍ୱ ଜନସଂଖ୍ୟା ଦିବସ 2024 ପାଳିତ ହୋଇଯାଇଛି l ସର୍ବ ପ୍ରଥମେ ସକାଳ 10 ଘଟିକା ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଭୀମସେନ ଶବର ସମସ୍ତ ନର୍ସିଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ସବୁଜ ପତାକା ଦେଖାଇ ଏକ ରାଲି ର ଶୁଭାରମ୍ଭ କରିଥିଲେ l ଏହି ରାଲି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ବାହାରି ଏକତା ଛକ ଠାରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟ ଚିକିତ୍ସାଳୟଠାରେ ପହଞ୍ଚିଥିଲା l ପରେ ବିଶ୍ୱ ଜନସଂଖ୍ୟା ସଚେତନତା ସଭା ଜ଼ିଲ୍ଲା ମୁଖ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏହି ବିଶ୍ୱ ଜନସଂଖ୍ୟା ସଚେତନତା କାର୍ଯ୍ୟକ୍ରମରେ ଡି.ଏମ.ଓ.(ଏମ.ଏସ) ଡ. ଲଳିତ ମୋହନ ବିଶି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଡ. ବିଦ୍ୟାଧର ବାଗ, ଡି.ଏସ.ବ୍ଲୁ.ଓ. ସଙ୍ଗୀତା ପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ l ଏହା ସହ ସମସ୍ତ ନର୍ସିଙ୍ଗ କଲେଜ ନୂଆପଡାର ଛାତ୍ର ଛାତ୍ରୀ ମାନେ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତଥିବାବେଳେ ଉକ୍ତ କାର୍ଯ୍ୟକ୍ରମଟିକୁ ଏ.ଡି.ପି.ଏଚ.ସି.ଓ କିଶୋର ଚନ୍ଦ୍ର ପଟେଲ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






