ବିଜେପି ବିଧାୟକ ପାର୍ଥି ବସନ୍ତ ଉଲ୍ଲାକ ଉପରେ ଆକ୍ରମଣ ଉଦ୍ୟମ

Nov 17, 2024 - 18:40
 0  203
ବିଜେପି ବିଧାୟକ ପାର୍ଥି ବସନ୍ତ ଉଲ୍ଲାକ ଉପରେ ଆକ୍ରମଣ ଉଦ୍ୟମ

ରାୟଗଡା ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକାଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ ହୋଇଛି।ବିଜେପି ବିଧାନସଭା ଅଫିସ ଭିତରେ ପଶି ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରୋମଣ ର ଉଦ୍ୟମ ହୋଇଛି। ଆକ୍ରମଣ ରେ ବିଧାନସଭା ପ୍ରାର୍ଥୀ ଙ୍କ ପାର୍ଟି ଅଫିସ କ୍ଷତିଗ୍ରସ୍ତ ହୋଇଥିବା ନଜରକୁ ଆସିଛି। ଆଜି ସଂନ୍ଧ୍ଯା ସମୟରେ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ନିଜ ସମର୍ଥକ ଙ୍କ ସହ ନିଜ କାର୍ଯ୍ଯାଳୟରେ ବସିଥିଲେ। ତେବେ ଠିକ୍ 9.30 ମିନିଟରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ବସନ୍ତଙ୍କୁ ଗାଳିଗୁଲଜ କରିବା ସହ କାର୍ଯ୍ଯାଳୟରେ ପସି ଧାରୁଆ ଅସ୍ତ୍ର ରେ କବାଟ ଓ ଝରକାକୁ ଭାଙ୍ଗି ହଠାତ ଉଭାନ ହୋଇଯାଇଥିଲେ। ଏନେଇ ଟାଉନ ଥାନା ପୁଲିସ କୁ ଖବର ଦେବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ।ଘଟଣା ରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତନାଘନା ଆରମ୍ଭ କରିଛନ୍ତି। ତେବେ ଗତ କିଛି ଦିନ ତଳେ ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ଯା ଘଟଣାରେ ରାୟଗଡା sdjm କୋର୍ଟ ରାୟ ପ୍ରକାଶ କରି ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ସଭାପତି ଏନ୍.ଭାସ୍କର ରାଓଙ୍କ ସମେତ 6 ଜଣକୁ ଜାମିନ ବିହୀନ ଗିରଫ୍ ପରୱାନା ଜାରି କରିଥିଲେ। ତେବେ ବସନ୍ତ ଉଲାକା ଏହି ଘଟଣାର ନେତୃତ୍ବ ନେଉଥିବା ବେଳେ ଉଦ୍ଧେଶ୍ଯମୂଳକ ଭାବେ ତାଙ୍କୁ ଆକ୍ରମଣ କିବାକୁ ଉଦ୍ୟମ କରାଯାଇଛି। ଏବଂ ରାୟଗଡା ଏସପି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

ବାଇଟ୍-ବସନ୍ତ ଉଲାକା-ବିଜେପି ବିଧାୟକ ପ୍ରାର୍ଥୀ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ