ବିଜେଡି ଦଳର ଜନସଂପର୍କ ପଦଯାତ୍ରା
ପଡିଆ, ୧୩/୧୧ : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ମହକୁମାରେ ଗୁରୁବାର ଦିନ ବିଜେଡି ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି। ଏହି ବୈଠକରେ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରତିକୂଳ ରୂପ ସମେତ ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତ ଓ ବ୍ଲକ ପକ୍ଷ୍ୟରୁ ନିର୍ମାଣାଧିନ କାର୍ଯ୍ୟରେ ବିଧାୟକଙ୍କ ସୁପାରିସ ସହ ଚାପ ପକାଉଥିବା ନେଇ ସଙ୍ଗୀନ ଖୁଲାସା କରାଯାଇଛି । ଏହି କର୍ମୀ ସମ୍ମିଳନୀ ଅବସରରେ ପଡିଆ ବ୍ଲକ ସଦର ମହକୁମାରେ ଥିବା ପୁରୁଣା ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ଖେଳ ପଡିଆରେ ବ୍ଲକ ବିଜେଡି ସଭାପତି ଚୀନାମ ରାବିଡ଼ କୁମାରଙ୍କ ଅଧ୍ୟକ୍ଷତାରେ ଏକ ସ୍ଵତନ୍ତ୍ର ବୈଠକ ଆୟୋଜନ କରାଯାଇ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡି ସରକାର ରାଜ୍ୟକୁ ଗତ ୨୫ ବର୍ଷ ଧରି ବିକାଶର ଦିଗରେ ପ୍ରବାହିତ କରାଉଥିବା ବେଳେ ଗତ ପ୍ରାୟ ଦୁଇବର୍ଷ ମଧ୍ୟରେ ବିଜେପି ସରକାର କେବଳ ରଙ୍ଗ ପରିବର୍ତ୍ତନ କରି ବିକାଶର ନାରା ଦେଉଥିବା କୁହାଯାଇଛି। ଏଥିପାଇଁ ଦଳର ପ୍ରତ୍ୟେକ କର୍ମୀ ପୂର୍ବ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ପ୍ରତ୍ୟକ ଲୋକଙ୍କ ପାଖରେ ପହଞ୍ଚି ଅବଗତ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲା ସଭାପତି ମାନସ ମାଡକାମି ବର୍ତ୍ତମାନର ସରକାରଙ୍କ ବିଫଳତା ସମ୍ପର୍କରେ ଆଲୋକପାତ କରିବା ସହ ସରକାରଙ୍କ ବିଧାୟକ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସ୍ତରୀୟ କାମ ଗୁଡ଼ିକ ମଧ୍ୟରୁ ୪୦ ପ୍ରତିଶତ ବିଧାୟକଙ୍କ ସୁପାରିସ କ୍ରମେ ପ୍ରଦାନ କରିବାକୁ ଚାପ ପକାଉଥିବା କହିଛନ୍ତି। ଏଥିସହ ବିଜେପି ସରକାର ପଞ୍ଚାୟତ ସ୍ତରରେ ଜନ ପ୍ରତିନିଧିଙ୍କ କ୍ଷମତା ହ୍ରାସ କରିବା ସହ ତୃଣମୂଳ ସ୍ତରରେ ଗଣତନ୍ତ୍ରର ହତ୍ୟା କରୁଥିବା କହିଛନ୍ତି। ଏହା ପରେ ଏକ ବିରାଟରାଲି ଯୋଗେ ଶହ ଶହ ବିଜେଡି କର୍ମୀ ପଡିଆ ମୁଖ୍ୟ ବଜାର ହୋଇ ସାପ୍ତାହିକ ହାଟ ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଛି । ଏହି ବୈଠକରେ ମାଲକାନଗିରି ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ସମାରୀ ଟାଙ୍ଗୁଲୁ, ବରିଷ୍ଠ ବିଜେଡି କର୍ମୀ ପ୍ରଭାକର ହନ୍ତାଳ, ଜିଲ୍ଲା ପରିଷଦ ସଭ୍ୟା ମମତା ପଡିଆମି, ଆଦିବାସୀ ନେତା ଘନଶ୍ୟାମ ମାଡକାମି, ମାଲକାନଗିରି ବ୍ଲକ ବିଜେଡି ସଭାପତି ସର୍ବ କୁମାର ବିଶୋୟୀ,ଡମ୍ବୁରୁ ବାଘ, ମେଷାକ ରବି ମାଦ୍ରୀ ଶୁଭ୍ରାଂଶୁ ସାହୁ, ଗଙ୍ଗା କାରାମ, ଲକ୍ଷ୍ମଣ ମାଡକାମି ସମେତ ସମସ୍ତ ଆଠଗୋଟି ପଞ୍ଚାୟତର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ଵ ବିଜେଡି କର୍ମୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ସ୍ତରୀୟ ବହୁ କର୍ମୀ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0