ବାଲି ଓ ମୋରମ ଚୋରା ଚାଲାଣ ଅଭିଯୋଗ:ଖଣି ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

Nov 3, 2026 - 20:11
 0  2
ବାଲି ଓ ମୋରମ ଚୋରା ଚାଲାଣ ଅଭିଯୋଗ:ଖଣି ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

ବାରିପଦା, ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲ ଅନ୍ତର୍ଗତ ଶୁଖୁଆଖାର ସାମିଲ ମହୁଲିଆ ଅଞ୍ଚଳରେ ବେଆଇନ ବାଲି ଓ ମୋରମ ଚୋରା ଚାଲାଣ ନେଇ ଖଣି ବିଭାଗ ଅଧିକାରୀଙ୍କ ବିରୋଧରେ ସଂଘୀନ ଅଭିଯୋଗ ଆସିଛି। ଏ ନେଇ ଆଦିବାସୀ ସମ୍ପ୍ରଦାୟର ସେବା ଜିଲ୍ଲା ସ୍ୱର ସମିତି ଦୁଲାରାମ ମୁର୍ମୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ ଅଭିଯୋଗ ଅନୁଯାୟୀ, ବାରିପଦା ଖଣି କାର୍ଯ୍ୟାଳୟରେ କର୍ମଚାରୀ ଖଣି ଅଧିକାରୀ ଭବାନୀ ଶଙ୍କର ପାତ୍ର ଓ ଖଣି ଅଧିକାରୀ ଅନାମ ଚରଣ ସିଂହ ମିଳିତ ଭାବେ ବେଆଇନ ଖଣିଜ ଚୋରା ଚାଲାଣକାରୀଙ୍କ ସହ ହାତ ମିଳାଇ ସରକାରୀ ରାଜସ୍ୱ ହାନି କରୁଛନ୍ତି। ଗତ ଫେବୃଆରୀ ମାସରେ ସ୍ୱର୍ଣ୍ଣ ନିଲାମ ମାଧ୍ୟମରେ କେତେକ ବାଲି ଓ ମୋରମ ଉତ୍ତୋଳନ ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ଅନୁମତି ମିଳିଥିଲା। ମାତ୍ର ବହୁ ମାସ ପରେ ଗତ ଅକ୍ଟୋବର ମାସରେ ଇ-ପାସ୍ ମାଧ୍ୟମରେ ଏହାକୁ ପରିବହନ ଅନୁମତି ଦିଆଯିବା ଓ ପୂର୍ବରୁ ବେଆଇନ ପରିବହନ ପାଇଁ ଆଧାରରେ ମାମଲା ରୁଜୁ ହୋଇଥିବା ଗାଡ଼ି ମାଲିକଙ୍କୁ ପ୍ରୋତ୍ସାହିତ କରାଯାଉଥିବା ନେଇ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ତଦନ୍ତ କରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଣଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏହି ଅଭିଯୋଗ ପତ୍ରକୁ ନକଲି ମୟୂରଭଞ୍ଜ ଏସ୍‌ପି, ଭଦ୍ରକ ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ ଓ ଭୁବନେଶ୍ୱର ଖଣି ନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ