ବାରିପଦା ମୋହରିର ସଂଘ ତରଫରୁ ସମ୍ବର୍ଦ୍ଧନା

Feb 20, 2025 - 19:51
 0  9
ବାରିପଦା ମୋହରିର ସଂଘ ତରଫରୁ  ସମ୍ବର୍ଦ୍ଧନା

ବାରିପଦା ତା 20/2 ବାରିପଦା ମୋହରିର ରାଜ୍ୟ ସଂଘ ଆନୁକୂଲ୍ୟରେ ଆୟୋଜିତ ସାଧାରଣ ପରିଷଦ ବୈଠକ ରେ ନିଖିଳ ଉତ୍କଳ ରାଜ୍ୟ ମୋହରିର ସଂଘ କଟକ ଠାରେ ଆୟୋଜିତ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ବାରିପଦା ମୋହରୀର ସଙ୍ଘର ସାଧାରଣ ସମ୍ପାଦକ ସଂଗ୍ରାମ ଶତପଥୀ ଦ୍ୱିତୀୟ ଥର ପାଇଁ ରାଜ୍ୟ ଉପ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଜିଲ୍ଲା ମୋହରୀର ସଂଘର ସଭାପତି ଶରତଚନ୍ଦ୍ର ନାୟକ ଓ ବରିଷ୍ଠ ମୋହରିର ମାନଙ୍କ ଦ୍ଵାରା ବାରିପଦା ଠାରେ ତାଙ୍କୁ ପୁଷ୍ପଗୁଛ, ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି. ଏହି ଅବସର ରେ ଅନୁଷ୍ଠିତ ବାରିପଦା ମୋହରୀର ସଙ୍ଘର ବୈଠକର ସଂଘର ସାଧାରଣ ନିର୍ବାଚନ ପାଇଁ ଘୋଷଣା କରାଯାଇଛି. ଏହି ବୈଠକରେ ପିତାମ୍ବର ମଲ୍ଲିକ, ଯତୀନ ଚନ୍ଦ୍ର ଗିରି ,ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ.

ମୟୁରଭଞ୍ଜ ବାରିପଦା ରୁ gour das giri

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ