ବାରିପଦା ଠାରେ ବିଶ୍ୱ ଧ୍ୟାନ ଦିବସ ପାଳିତ

Dec 21, 2024 - 17:55
 0  10
ବାରିପଦା ଠାରେ ବିଶ୍ୱ ଧ୍ୟାନ ଦିବସ ପାଳିତ

ବାରିପଦା: ୨୧.୧୨.୨୦୨୪// ବିଶ୍ୱରେ ପ୍ରଥମ ଥର ପାଈଁ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ ଡ଼ିସେମ୍ବର ୨୧ ବିଶ୍ୱ ଧ୍ୟାନ ଦିବସ ଘୋଷଣା କରାଯାଇ ଥିଲା। ଆଧ୍ୟାତ୍ମିକ ଗୁରୁ ତଥା ମାନବବାଦୀ ପଦ୍ମଵିଭୂଷଣ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ୱ ଧ୍ୟାନ ଦିବସ ଉପରେ ସମ୍ବୋଧିତ କରିଥିଲେ। ଏହି ପରିପେକ୍ଷୀରେ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ୍ ସ୍ଥିତ ଇଣ୍ଡୋର ହଲ ଠାରେ The art of living ତରଫରୁ ପ୍ରାତଃ ୭ ଘଟିକା ରୁ ୮ ଘଟିକା ପର୍ଯ୍ୟନ୍ତ ଏକ ଧ୍ୟାନ ସମାରୋହ ପାଳନ କରା ଯାଇଥିଲା ଓ ବିଶ୍ୱ ଧ୍ୟାନ ଦିବସ ପାଳନ କରାଯାଇଥିଲା। ପ୍ରବଳ ବର୍ଷା ହେବା ସତ୍ତ୍ୱେ ଏଥିରେ ଜିଲ୍ଲା ର ବହୁ ସ୍ଥାନ ରୁ ୧୦୦ ରୁ ଉର୍ଦ୍ଧ ଲୋକ ମାନେ ଆସି ଧ୍ୟାନ ଅଭ୍ୟାସ କରିଥିଲେ। ବାରିପଦା ଆର୍ଟ ଅଫ ଲିଭିଂର ଶିକ୍ଷକ ଅଜୟ ମାରାଣ୍ଡି ଓ କୌଶିକ ସାହୁ ଧ୍ୟାନ କରାଇ ଥିଲେ ଓ ଧ୍ୟାନ ର ଉପକାରିତା ବିଷୟରେ ଲୋକ ମାନଙ୍କୁ ଅବଗତ କରଇ ଥିଲେ। ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀଙ୍କ ସମେତ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିବା ବେଳେ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନର ସରୋଜ ସାହୁ, ନିର୍ମଳ ମହାନ୍ତି, ଅଜୟ ମୋଦୀ, ଉପାସନା ସାହୁ,ଦେବାଶିଷ ମହାନ୍ତ,ରିତୁପର୍ଣ୍ଣ ମଲ୍ଲିକ, ସୃତିପର୍ଣ୍ଣା ମଲ୍ଲିକ, ସୁଦୀପ୍ତ ମିଶ୍ର, ଗୌରବ ପାଲ, ଗୀତେଶ ମହାନ୍ତ, ପ୍ରତୀକ ବେହେରା, ନିଶା ଅଗରୱାଲ ଙ୍କ ମିଳିତ ସହାୟତା ରେ ଧ୍ୟାନ ଦିବସ ଟି ସମ୍ପୂର୍ଣ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ