ବାରିପଦାରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳିତ
ବାରିପଦା ତା 12/9 ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାରିପଦା ଶାଖା ଆନୁକୂଲ୍ୟରେ ଶାଖା କାର୍ଯ୍ୟାଳୟରେ ନଗର ସଞ୍ଚାଳକ ସନ୍ଦୀପ କୁମାର ଚାନ୍ଦଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଭ୍ରାତୃତ୍ୱ ଦିବସରେ ସଂସ୍କୃତ ସାହିତ୍ୟ ଓ ଭାଷା ବିଶାରଦ ଡକ୍ଟର ସୁବଳ କୁମାର ସାହୁ ମୁଖ୍ୟ ଅତିଥି ଓ ବାରିପଦା ଶାଖାର ପ୍ରାକ୍ତନ ସଞ୍ଚାଳିକା ସ୍ବର୍ଣ୍ଣପ୍ରଭା ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶ୍ୱ ବିଜୟୀ ଗୁରୁ ସ୍ୱାମୀ ବିବେକାନନ୍ଦ ୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାର ଚି଼କାଗୋ ନଗରୀରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଧାର୍ମିକ ସଂସଦରେ ମିଳିତ ଭାରତୀୟ ସଂସ୍କୃତିର ସାର୍ବଜନୀନ ଗ୍ରହଣୀୟତା ବିଚାରଧାରା ଉପରେ ଆଧାରିତ ବସୁଧୈବ କୁଟୁମ୍ବକମ ଓ ସର୍ବଧର୍ମ ସମ ଭାବ ନୀତି ମାଧ୍ୟମରେ ବିଶ୍ୱ ଐକ୍ୟ ଓ ଭାଇଚାରା ପ୍ରତିଷ୍ଠା କରାଇ ପାରିଥିଲେ. ତେଣୁ ଏହି ଦିବସର ସ୍ମରଣାର୍ଥେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୧ ତାରିଖକୁ ବିଶ୍ୱ ଭାତୃତ୍ୱ ଦିବସ ଭାବେ ପାଳନ କରାଯାଇଥାଏ ବୋଲି କହିଥିଲେ. ନଗର ପ୍ରମୁଖ ଶିବଶଙ୍କର ଗିରିଙ୍କ ସଞ୍ଚାଳନରେ ଅନୁଷ୍ଠିତ ହୋଇଥିବା ଉକ୍ତ ସଭା କାର୍ଯ୍ୟକ୍ରମ ରେ ଡକ୍ଟର ଅଞ୍ଜଳି ପଣ୍ଡା ଆବାହନୀ ମନ୍ତ୍ର ଉଚ୍ଚାରଣ କରିଥିଲେ. ଆଡ଼ଭୋକେଟ ସତ୍ୟବ୍ରତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଜି.ପ୍ରଜ୍ଞା ଭାରତୀ ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥିଲେ. ଆଡ଼ଭୋକେଟ ଜୟପ୍ରକାଶ ଦାଶ ସ୍ୱାମୀଜୀଙ୍କର ଚି଼କାଗୋ ବକ୍ତୃତାକୁ ଉପସ୍ଥାପନ କରିଥିବା ବେଳେ, ଡକ୍ଟର ସିଦ୍ଧେଶ୍ଵର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ. ପ୍ରାରମ୍ଭରେ କିଛି ଦିନ ପୂର୍ବରୁ ଇହଧାମ ତ୍ୟାଗ କରିଥିବା ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀର ଅଖିଳ ଭାରତୀୟ ସଭାପତି ସ୍ବର୍ଗତ ବାଲକୃଷ୍ଣନଙ୍କ ସ୍ମୃତି ଚାରଣ କରାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0