ବାରିପଦାରେ କୃଷକ ସଚେତନତା ରଥର ଶୁଭାରମ୍ଭ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ
ବାରିପଦା ତା ୦୨/୧୨(ଫାଷ୍ଟ ନ୍ୟୁଜ ଓଡ଼ିଶା) ସରକାରଙ୍କ ନିର୍ଦେଶ ତଥା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ଡିସେମ୍ବର ୨୬ ତାରିଖରୁ ଜିଲ୍ଲାରେ ଖରିଫ ଧାନ ଚାଷୀ ମାନଙ୍କ ଠାରୁ ସଂଗ୍ରହ କରାଯିବା ନେଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି. ଏହି ପରିପ୍ରେକ୍ଷୀରେ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରାକ ସଚେତନ କରିବା ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାରିପଦା ନିୟନ୍ତ୍ରିତ ବଜାର କମିଟି ଓ ବେତନଟି ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ଦୁଇଟି କୃଷକ ସଚେତନତା ରଥକୁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି. ଏହି ରଥ ବିକ୍ରି ପାଇଁ ଉଦିଷ୍ଟ ଧାନର ଗୁଣାତ୍ମକ ମାନ କିପରି ହେବା ଉଚିତ, ମଣ୍ଡିକୁ ଧାନ ଆଣିବା ପୂର୍ବରୁ କିପରି ସଫା ଓ ଶୁଖିଲା କରି ଆଣିବେ ଏବଂ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ କେଉଁ କେଉଁ ନୀତି ନିୟମ ଅନୁସରଣ କରିବା ପାଇଁ ପଡିବ ଏବଂ ବିନା କଟନୀ ଛଟନୀ ରେ କିଭଳି ଚାଷୀମାନେ ସେ ସେମାନଙ୍କ ଧାନ ବିକ୍ରୟ କରି ସେମାନଙ୍କ ଉଚିତ ପ୍ରାପ୍ୟ ପାଇ ପାରିବେ ସେ ବିଷୟରେ ଚାଷୀଙ୍କୁ ସଚେତନ କରିବ ବୋଲି ଜଣାଯାଇଛି. ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ସହକାରୀ ନିମ୍ବନ୍ଧକ ତୁଷାର କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଏବଂ ବାରିପଦା ନିୟନ୍ତ୍ରିତ ବଜାର କମିଟିର ଉପ ସଭାପତି ମଳୟ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0