ବାତ୍ୟା ଅର୍ଣ୍ଣବ ମୁକାବିଲା: ମାଲକାନଗିରିରେ ପ୍ରଶାସନିକ ତତ୍ପରତା, ମୁତୟନ ହେଲେ ଏନଡିଆରଏଫ ଓ ଓଡରାଫ୍ ଟିମ୍, ସ୍କୁଲ-କଲେଜ ବନ୍ଦ ଏବଂ ଉଦ୍ଧାର ପାଇଁ ଆଲର୍ଟ

Oct 25, 2026 - 20:05
 0  2
ବାତ୍ୟା ଅର୍ଣ୍ଣବ ମୁକାବିଲା: ମାଲକାନଗିରିରେ ପ୍ରଶାସନିକ ତତ୍ପରତା, ମୁତୟନ ହେଲେ ଏନଡିଆରଏଫ  ଓ  ଓଡରାଫ୍  ଟିମ୍, ସ୍କୁଲ-କଲେଜ ବନ୍ଦ ଏବଂ ଉଦ୍ଧାର ପାଇଁ ଆଲର୍ଟ

*ମାଲକାନଗିରି, ୨୫/୧୦/୨୬:* ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥିତିର ମୁକାବିଲା ପାଇଁ କଟକରୁ ୩୦ ଜଣିଆ ଏକ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ୍) ଦଳ ଜଣେ କମାଣ୍ଡାଣ୍ଟ ଓ ୨ ଜଣ ଉପ-ଅଧିକାରୀଙ୍କ ନେତୃତ୍ୱରେ ଆଜି ରାତି ସୁଦ୍ଧା କାଲିମେଳାଠାରେ ମୁତୟନ ହେବେ । ଏଥିସହିତ ୩୬ ଜଣିଆ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଓଡ୍ରାଫ୍) ଦଳ ମଧ୍ୟ ଆସି ମାଥିଲି ଠାରେ ପହଞ୍ଚି ସଜାଗ ଅଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ଏବଂ ସତୀଗୁଡ଼ାଠାରେ ଚାଲିଥିବା ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହାସହ ତଳିଆ ଅଞ୍ଚଳ ଓ କଚା ଘରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନାନ୍ତର ପାଇଁ ତହସିଲଦାରମାନଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଥିବା ୪ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକୁ ମଧ୍ୟ ତୁରନ୍ତ ପ୍ରସ୍ତୁତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଜାରି ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ