ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ବିଭାଗ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Jan 5, 2025 - 21:14
 0  17
ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ବିଭାଗ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ ଓ  ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ନୂଆପଡ଼ା : ତା:୦୫.୦୧. ୨୫ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ସକାଳୁ ସେ ପ୍ରଥମେ ଆମସେନା ଗୁରୁକୁଳକୁ ଯାଇ ବୈଦିକ ଯଜ୍ଞ୍ୟ ରେ ଭାଗ ନେଇଥିଲେ ଓ ବିଦ୍ୟାର୍ଥୀ ମାନଙ୍କ ଗହଣରେ କିଛି ସମୟ ବିତାଇ ଥିଲେ l ଏହାପରେ ସାଲିହା ସ୍ମୃତି ସ୍ତମ୍ଭ ନିକଟକୁ ଯାଇ ସ୍ବାଧିନତା ସଂଗ୍ରାମୀ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଓ 17 ଟି ଶହୀଦ ପରିବାରଙ୍କୁ ସମ୍ମାନୀତ କରିଥିଲେ l ଏହାପରେ ହରିପୁର ସ୍ଥିତ ଗୁରୁକୁଳ ଆଶ୍ରମ ପରିଦର୍ଶନ କରିଥିଲେ l ତତ୍ପରେ ସହର ଉପକଣ୍ଠ ଖୋକ୍ସା କୁ ଯାଇ ସେଠାରେ ଚାରି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ନୂତନ ଖଣି କାର୍ଯ୍ୟାଳୟର ଭୂମି ପୂଜନ କରିଥିଲେ ଓ ସାଧାରଣ ସଭାରେ ଯୋଗ ଦେଇଥିଲେ l ଏଥିରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ସାଂସଦ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ, ଡି ଏଫ୍ ଓ ଖରୀଆର ଅଜିଜ ଖାନ, ଖଣି ଉପ ନିର୍ଦ୍ଦେଶକ ବିଶ୍ଵନାଥ ସୋରେନ୍ ପ୍ରମୁଖ ଯୋଗ ଦେଇଥିଲେ l ଏହାପରେ ମନ୍ତ୍ରୀ ମହୋଦୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କୁ ଯାଇ ଏକ ରକ୍ତଦାନ ଶିବିର ଉଦ୍ଘାଟନ କରିଥିଲେ l ତତ୍ପରେ ନେସନାଲ କଲେଜ୍ ପରିସରରେ ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଆନ୍ତ କଲେଜ୍ କବାଡି ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ। ସଭାରେ ନେସନାଲ କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ସୋନିଆ ଜୈନ, ମଞ୍ଚାସିନ ହୋଇଥିଲେ। ଏହାପରେ ଖରୀଆର ରୋଡ ସ୍ଥିତ ଗୋପବନ୍ଧୁ ବିଦ୍ୟାପୀଠର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିକ୍ଷା ସମାଜ ଏଵଂ ସଭ୍ୟତାକୁ ଉନ୍ନତି ପଥରେ ଅଗ୍ରସର କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ସମ୍ମାନିତ ଅତିଥି ରୂପେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ନଗର ଅଧ୍ୟକ୍ଷା ସୋନିଆ ଜୈନ୍, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣା କର ଭୁଏ,ଆଇନଜିବୀ ପ୍ରଶନ୍ନ ପାଢୀ, ପୂର୍ବତନ ଛାତ୍ର ସତ୍ୟ ନାରାୟଣ ଅଗ୍ରୱାଲ, ଯୌବନ ସଲମା, ଦୀନବନ୍ଧୁ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇ ବିଦ୍ୟା ଓ ଶିକ୍ଷା ଭିନ୍ନ ଭିନ୍ନ ହୋଇଥିବା ବେଳେ ମନୁଷ୍ୟକୁ ଉଭୟ ଆବଶ୍ୟକ ବୋଲି କହିଥିଲେ। ଏହି ଉପଲକ୍ଷେ ଏକ ଅଶୋକ ସ୍ତମ୍ଭର ଶୁଭ ଉଦ୍ଘାଟିତ ହୋଇଥିବା ବେଳେ ବିଦ୍ୟାପୀଠର ମୁଖବନ୍ଧ ସ୍ୱରୂପ ଦୀର୍ଘ ୬୦ ବର୍ଷର ସ୍ମୃତି ଓ ଅନୁଭୂତି କୁ ନେଇ ସ୍ମରଣିକା ପ୍ରତିବିମ୍ବ ପୁସ୍ତକ ଉନ୍ମୋଚିତ ହୋଇଥିଲା l ଏହାପରେ ମନ୍ତ୍ରୀ ବିଜେପି ଦଳ କାର୍ଯ୍ୟାଳୟ ରେ କର୍ମୀ ମାନଙ୍କ ଗହଣରେ କିଛି ସମୟ ବିତାଇ ଥିଲେ l ତତ୍ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିବହନ ଓ ଖଣି ବିଭାଗ ର କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ l ସନ୍ଧ୍ୟାରେ ଖରୀଆର ରୋଡ ସହରରେ ନୂତନ ବସ୍ ଷ୍ଟାଣ୍ଡର ଭୂମିପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଏଥିରେ ସମ୍ମାନୀତ ଅତିଥି ଭାବରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ନଗର ଅଧ୍ୟକ୍ଷା ସୋନିଆ ଜୈନ୍, ନଗର ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା ପ୍ରମୁଖ ଯୋଗ ଦେଇଥିଲେ l ଏହାପରେ ଖରୀଆର ରୋଡରୁ ଶେମିଳିଗୁଡା ନୂତନ ଭଲ୍ଭୋ ବସ୍ ର ଶୁଭାରମ୍ଭ କରିଥିଲେ l ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷ ସମଗ୍ର ନୂଆପଡ଼ା ଓ ଖରିଆର ରୋଡ ସହର ଆଜି ଚଳ ଚଞ୍ଚଳ ହୋଇ ଉଠିଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ