ବାଘ ଶିକାର ଅଭିଯୋଗରେ ପାଞ୍ଚ ଜଣ ଗିରଫ ହୋଇଥିବା ସୂଚନା ଦେଲେ ଖଡ଼ିଆଳ ଡିଏଫଓ

Jun 6, 2023 - 17:50
 0  54
ବାଘ ଶିକାର ଅଭିଯୋଗରେ ପାଞ୍ଚ ଜଣ ଗିରଫ ହୋଇଥିବା ସୂଚନା ଦେଲେ ଖଡ଼ିଆଳ ଡିଏଫଓ

ନୂଆପଡା ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପାଟଧରା ଅଞ୍ଚଳ ରେ ଛତିଶଗଡ ବନ ବିଭାଗ ଚଢ଼ାଉ କରି ବାଘ ଛାଲ, ନଖ, ଦାନ୍ତ, ବଜ୍ର କାପ୍ତା ର କାତି, ଦେଶୀ ବନ୍ଧୁକ, ଫାଶ ଜବତ କରିଛି l ଏଥିରେ ବାଘ ଶିକାର ସନ୍ଦେହ ରେ ପାଞ୍ଚ ଜଣ ଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଖଡ଼ିଆଳ ଡି ଏଫ ଓ ସୁଶୀଲ କୁମାର ତ୍ରିପାଠୀ। l ଗିରଫ ପାଞ୍ଚ ଜଣ ବ୍ୟକ୍ତି ହେଲେ ନୂଆପଡା ଜିଲ୍ଲା ବୋଡେ଼ନ ଥାନା ପାଟଧରା ଗ୍ରାମର ସଚିନ୍ଦ୍ର ମାଝୀ ଓ ବଡ଼ ମାଝୀ, ଖଡୁପାଣି ଗ୍ରାମର ବଦନ ମାଝୀ, ଚିକଲ ଚୁଆଁ ଗ୍ରାମର ଖଗେଶ୍ବର ମାଝୀ ଓ ଖଡ଼ିଆଳ ବ୍ଲକ ଭାଲୁ ଡୁଙ୍ଗରି ଗ୍ରାମର ଅଚ୍ୟୁତାନନ୍ଦ ମାଝୀ।ସୂଚନାଯୋଗ୍ୟ ଯେ ଛତିଶଗଡ ରାଜ୍ୟ ଉଦନ୍ତୀ ସୀତା ନଦୀ ଅଭୟାରଣ୍ୟ ରେ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଟ୍ରାକ କ୍ୟାମେରା ଲଗାଇ ବାଘ ର ଗତିବିଧି ଉପରେ ନଜର ରଖି ଦୁଇଟି ମହାବାଳ ବାଘ ଚିତ୍ର କଏଦ ହୋଇଥିଲା l ହେଲେ କିଛି ଦିନ ପରେ ଗୋଟିଏ ମହାବାଳ ବାଘ କ୍ୟାମେରା ରେ ଦେଖା ଯାଉ ନ ଥିଲା l ପରେ କୌଣସି ସୂତ୍ର ରେ ଖବର ପାଇ ଛତିଶଗଡ ବନ ବିଭାଗ ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଖଡୁପାଣି ଗାଁର ଜଣଙ୍କ ଘରେ ଚଢ଼ାଉ କରିଥିଲାl ଛତିଶଗଡ ର ଉଦନ୍ତୀ ସୀତା ନଦୀ ଅଭୟାରଣ ର ଉପ ନିର୍ଦ୍ଦେଶକ ଅନୁଜ ଜୈନଙ୍କ ନେତୃତ୍ୱ ରେ କୋଡ଼ିଏ ଜଣିଆ ଏକ ଦଳ ଖଡ଼ିଆଳ ବନଖଣ୍ଡ ଅଫିସ ରେ ପହଁଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି l ଶିକାରୀ ମାନଙ୍କ ଠାରୁ ଏକ ଛଅ ଇଞ୍ଚ ର ବାଘ ଛାଲ ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି ବୋଲି ଖଡ଼ିଆଳ DFO କହିଛନ୍ତି। ଅଭିଯୁକ୍ତ ମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବାର ସୂଚନା ମିଳିଛି।

 ନୂଆପଡା ରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ