ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣିଗ୍ରାହୀ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କୁ ସାକ୍ଷାତ୍ ଓ ଆଲୋଚନା

Jan 23, 2025 - 19:51
 0  16
ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣିଗ୍ରାହୀ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କୁ ସାକ୍ଷାତ୍ ଓ ଆଲୋଚନା

ନୂଆପଡ଼ା ତା -୨୩/୦୧/୨୦୨୫ ଆଜି ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣିଗ୍ରାହୀ ମାନ୍ୟବର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କୁ ତାଙ୍କ ଭୁବନେଶ୍ୱର ସରକାରୀ ବାସ ଭବନ ରେ ସାକ୍ଷାତ୍ ଆଲୋଚନା କରି ନୂଆପଡା ନିର୍ବାଚନ ମଣ୍ଡଳୀ ର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ରାସ୍ତା ଯାହା ପଡୋଶୀ ରାଜ୍ୟ ଛତଶଗଡ଼ ଓ ପଡୋଶୀ ଜିଲ୍ଲା ବଲାଙ୍ଗୀର, ବରଗଡ଼ କୁ ସଂଯୋଗ କରୁଛି, ସେ ସବୁ ରାସ୍ତା କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରି ପକ୍କା, ପ୍ରଶସ୍ତ ଓ ସୁଦୃଢ଼ କରିବା ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଲଖନା ରୁ ଠିକପାଲି, କାଣ୍ଡେତରା ରୁ ତରବୋଡ୍, ଲଖନା ରୁ ବରଗଡ଼ ଜିଲ୍ଲା ସୀମା ଭାୟା ବଣକି ମହୁଲ, ଲଖନା ରୁ ସରେଇବାହାଲ ବଲାଙ୍ଗୀର ଜିଲ୍ଲା ସୀମା, ଦର୍ଲିମୁଣ୍ଡା ରୁ ଲଖନା, ଜାମଦରହା ରୁ ଲଖନା, ବେଲ୍ ଟୁକୁରୀ ରୁ ଝାରବନ୍ଧ ଭାୟା ବାରକୋଠୀ ବରଗଡ଼ ଜିଲ୍ଲା ସୀମା, ସାରାବାଙ୍ଗ ରୁ ଧରମବନ୍ଧା ଭାୟା ଆମାନାରା, ସାରାବଙ୍ଗ ରୁ କେନ୍ଦୁବାହାରା ଭାୟା ଫରଫୌଦ ଛତିଶଗଡ଼ ସୀମା ରାସ୍ତା ଗୁଡ଼ିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରୁ ହସ୍ତାନ୍ତର କରି ପୁର୍ତ୍ତ ବିଭାଗ ଅଧୀନ କୁ ଆଣି ପ୍ରଶସ୍ତ ଓ ପକ୍କା ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀ ପାଣିଗ୍ରାହି ଦାବୀ ପତ୍ର ପ୍ରଦାନ ସହିତ ଆଲୋଚନା କରିଛନ୍ତି। ନୂଆପଡା ଜିଲ୍ଲା ସଦର ମହକୁମାରେ ସର୍କିଟ ହାଉସ କୁ ଛାଡ଼ିଦେଲେ ବିଭିନ୍ନ ଅଧିକାରୀ , ମନ୍ତ୍ରୀ କିମ୍ବା ଅତିଥି ଆସିଲେ ଅନ୍ୟ କୌଣସି ବିଶ୍ରାମ ସ୍ଥଳୀ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିପାଇଁ ଘୋର ଦୁର୍ଦ୍ଦଶା ର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବାର ସୁଟ ବିଶିଷ୍ଟ ଅତିଥି ବିଶ୍ରାମ ଗୃହ ମଞ୍ଜୁର କରିବା ପାଇଁ ଶ୍ରୀ ପାଣିଗ୍ରାହୀ ବିଶେଷ ଅନୁରୋଧ କରିଛନ୍ତି। ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିଶ୍ଚିତ ଭାବରେ ପଦକ୍ଷେପ ନିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଭର ପ୍ରତିଶୃତି ପ୍ରଦାନ କହିଛନ୍ତି।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ