।। ଫିଲ୍ମ ଷ୍ଟାଇଲ ରେ ଗଂଜେଇ ଚରା ଚାଲାଣ ।।

Apr 5, 2024 - 19:10
 0  47
।। ଫିଲ୍ମ ଷ୍ଟାଇଲ ରେ ଗଂଜେଇ ଚରା ଚାଲାଣ ।।

ଫିଲ୍ମ ଷ୍ଟାଇଲ ରେ ଗଂଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ।ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପାଡୁଆ ବାଞ୍ଜଲାପୁଟ ରେ।ଛତିଶଗଡ ଅଞ୍ଚଳ ବସ୍ତର ଜିଲ୍ଲା ର ମଣିକାନ୍ତା ନାମକ ଜଣେ ଯୁବକ ନିଜ ଦେହରେ ଉପରେ ୭ କେଜି ଗଂଜେଇ ଭର୍ତ୍ତି କରି ସେଲୋ ଟେପ୍ ଦ୍ବାରା ଗୁଡେ଼ଇ ହେବା ସହ ଗୋଟାଏ ବ୍ୟାଗ୍ ରେ ୧୫ କେଜି ଗଂଜେଇ ଧରି ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲା। କୌଣସି ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର ଏସଡିପିଓ ଙ୍କ ନେତୃତ୍ୱ ରେ ପାଡୁଆ ପୋଲିସ ବସ କୁ ଅପେକ୍ଷା କରିବା ସମୟ ରେ ମାଡ଼ି ବସିଥିଲା ପୋଲିସ। ଜବତ ଗଂଜେଇ କୁ ଓଜନ କରିବାରୁ ୨୨ କେଜି ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି।ଉକ୍ତ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ