।। ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲା ପତ୍ନୀ ।।

Jun 7, 2024 - 18:08
 0  1.3k
।। ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲା ପତ୍ନୀ ।।

ଟିଟିଲାଗଡ଼ ନିକଟସ୍ଥ ଥିବୁଡିଂ ଗ୍ରାମର ପେକ୍ସ କର୍ମଚାରୀ ସୂର୍ଯ୍ୟମଣି ମାଝୀଙ୍କ ହତ୍ୟା ଘଟଣାରେ ତିନି ଅଭିଯୁକ୍ତ ଗିରଫ ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଜେପୁର ପେକ୍ସ କର୍ମଚାରୀ ସୂର୍ଯ୍ୟମଣୀ ମାଝୀ ଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ବୁଧୁବାର ରାତିରେ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିଲା l ସୂର୍ଯ୍ୟ ପେକ୍ସ କାର୍ଯ୍ୟାଳୟରେ ନିଜ କାର୍ଯ୍ୟ ସାରି ଅପରାହ୍ନ ପ୍ରାୟ ୧.୩୦ ସମୟରେ ମଧ୍ୟାହ୍ନ ଭୋଜନ ପାଇଁ ନିକଟସ୍ଥ ନିଜ ଥୁବୁଡିଙ୍ଗ ଗ୍ରାମକୁ ଏକ ବାଇକ ଯୋଗେ ଯିବା ବେଳେ ଘୁଘୁର ପଲା ଛକ ରାସ୍ତାରେ ତାଙ୍କ ଉପରେ ଲୁହା ଛଡ଼ ଏବଂ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡ ରେ ଆକ୍ରମଣ ହୋଇଥିଵା ଅଭିଯୋଗ ହୋଇଥିଲା l ଫଳରେ ସୂର୍ଯ୍ୟ ସେଠାରେ ଟଳି ପଡ଼ିଥିଲେ , ଏହା ଦେଖି ସେ ପାଖରେ ଥିବା ରଞ୍ଜିତ ବଗର୍ତ୍ତି ମୋବାଇଲ ଫୋନରେ ସେହି ସମୟରେ ଭିଡିଓ ଉତ୍ତୋଳନ କରି କିଏ କିଏ ଏ କାଣ୍ଡ ଭିଆଇଥିଲେ ରେକର୍ଡ଼ କରିଥିଲେ। ତାପରେ ପରିବାର ଲୋକେ ଖବର ପାଇ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣି ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ କରିବା ସହ ଥାନାଧିକାରୀ ଶ୍ରୀ ଅବନି ସାହୁ ରାତାରାତି ସେହି ଭିଡିଓ ଆଧାରରେ ଯାହାର ନାଁ ଧରିଥିଲେ ଧରିବା ପାଇଁ ଖାନ ତଲାସୀ ଅଭିଯାନରେ ବାହାରି ପଡ଼ିଥିଲେ। ଘଟଣାର ୨୪ ଘଣ୍ଟା ନପୂରୁଣୁ ସଇଁତଲା ଥାନା ଅନ୍ତର୍ଗତ ଜଲିଆ ଗ୍ରାମର ମୂଖ୍ୟ ଅଭିଯୁକ୍ତ ଶରତ ପଟେଲ ଓରଫ ଯୁଧିଷ୍ଟିର ଓ ସହଯୋଗୀ ଅଶୋକ ହରପାଲ ଓ ମୃତ ସୂର୍ଯ୍ୟମଣି ମାଝିଙ୍କ ପତ୍ନୀ ପ୍ରମୋଦିନି ମାଝୀ ଙ୍କୁ ଗିରଫ କରି ଗୁରୁବାର ସଂଧ୍ୟାରେ କୋର୍ଟ ଚାଲାଣ କରିଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର  ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହ ବାଳକୃଷ୍ଣ ମିଶ୍ର ଙ୍କ ରିପୋଟ @ First News Odisha

What's Your Reaction?

Like Like 2
Dislike Dislike 0
Love Love 1
Funny Funny 1
Angry Angry 1
Sad Sad 0
Wow Wow 2
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ