ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଦିବସ ପାଳନ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

Mar 22, 2025 - 21:59
 0  170
ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଦିବସ ପାଳନ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

ନବରଙ୍ଗପୁର, ( ରଞ୍ଜିତନାୟକ ) ତା:୨୨.୦୩.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅଧୀନସ୍ଥ ଘୋଡ଼ାଖୁଣ୍ଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ଘୋଡ଼ାଖୁଣ୍ଟା ତରଫରୁ ବିଦ୍ୟାଳୟ ଅଧୀନସ୍ଥ ଗ୍ରାମ ଓ ପଡା ଗୁଡ଼ିକରେ ଶିକ୍ଷା ସଚେତନତା ପାଇଁ, ଆଗାମୀ ଶିକ୍ଷା ବର୍ଷରେ ବିଦ୍ୟାରମ୍ଭ କରିବାକୁ ମନୋନୀତ ଶିକ୍ଷାର୍ଥୀ ମାନଙ୍କ ଅଭିଭାବକମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଭେଟି ଆଗାମୀ ଅପ୍ରେଲ ୨ ରେ ବିଦ୍ୟାଳୟରେ ହେବାକୁ ସ୍ଥିରୀକୃତ "ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଦିବସ"ପାଳନ ନିମନ୍ତେ ରାଜ୍ୟ ସରକାରଙ୍କର ନିମନ୍ତ୍ରଣ ପତ୍ର ସହ ଫୁଲତୋଡ଼ା ଏବଂ ଚୋକଲେଟ ବଣ୍ଟନ କରାଯାଇଛି ! ସୂଚନାଯୋଗ୍ୟ ଯେ ନୂତନ ଶିକ୍ଷା ନୀତି ପ୍ରଣୟନ କରାଯିବା ପରେ ସମଗ୍ର ରାଜ୍ୟରେ ରେ ପାଞ୍ଚ ବର୍ଷ ପୂରଣ କରିଥିବା ପିଲାଙ୍କୁ ଶିଶୁ ବାଟିକା ଏବଂ ଛଅ ବର୍ଷ ପୂରଣ କରିଥିବା ପିଲାଙ୍କୁ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି ! ଅଞ୍ଚଳରେ ଯୋଗ୍ୟ ବିବେଚିତ ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ଯଥାକ୍ରମେ ୪୧ ଏବଂ ୧୭ ଜଣ ଶିକ୍ଷାର୍ଥୀ ଏବଂ ଅଭିଭାବକଙ୍କୁ ବିଦ୍ୟାଳୟ ତରଫରୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି ! ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ନରସିଂହ ଭତ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ହେମନ୍ତ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଧନସିଂ ଭତ୍ରାଙ୍କ ସହ ଘୋଡ଼ାଖୁଣ୍ଟା ସରପଞ୍ଚ ଶ୍ରୀମତୀ ଲୀଳାଦେଇ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ୱାର୍ଡ ମେମ୍ବର ଶ୍ରୀ ସିନ୍ଧୁ ଭତ୍ରା, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟାଳୟର ଏତାଦୃଶ କାର୍ଯ୍ୟର ବେଶ୍ ପ୍ରଶଂସା କରାଯାଇଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ