।। ପୌଷ ପର୍ବ ଉପଲକ୍ଷେ ରାଜାରାଣୀ ଝାମୁଯାତ୍ରା ସହ ମାଳିଚଗା ଶେଷ ।।

Jan 25, 2024 - 16:01
 0  35
।। ପୌଷ ପର୍ବ ଉପଲକ୍ଷେ ରାଜାରାଣୀ ଝାମୁଯାତ୍ରା ସହ ମାଳିଚଗା  ଶେଷ ।।

ମାଳି ଚଗା ଏବଂ ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପର୍ବ ପୌଷ ପର୍ବ।ବୁଧବାର ଥୁଆମୂଳ ରାମପୁର ବ୍ଲକ ହେଲୋ ପଏଣ୍ଟ ଠାରେ ରାଜାରାଣୀ ଝାମୁଯାତ୍ରା ଏବଂ ମାଳିଚଗା ସହିତ ସମ୍ପନ୍ନ ହୋଇଯାଇଛି ଚଳିତ ବର୍ଷ ପୌଷ ପର୍ବର ଅନ୍ତିମ ଉତ୍ସବ।ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁଲୋକଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା।ହେଲୋ ପଏଣ୍ଟ ରାଜାରାଣୀ ଉତ୍ସବ କମିଟି କୋଷାବରା ଦ୍ବାରା ଆୟୋଜିତ ଏହି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ଉଦଯାପିତ ହୋଇଥିଲା। ଆଦିବାସୀଙ୍କ ମହାନ ପର୍ବ “ଟୋକିମରା” ପରବ୍ ପାଳନ ଅବସରରେ ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭିନ୍ନ ଭିନ୍ନ ଉତ୍ସବ ପାଳନ କରୁଥିବାର ଦେଖାଯାଇଥାଏ।ମୁଖ୍ୟ ପର୍ବ “ଟୋକିମରା” ଉତ୍ସବ ପରେ ଅନ୍ତିମ ପର୍ଯ୍ୟାୟରେ ବାଲିପଟା, ଧାଙ୍ଗଡି ଝୁଲା ଏବଂ ଧାଙ୍ଗଡି ଦେଖା ଭଳି ଉତ୍ସବ ପାଳନ ହୋଇଥାଏ।ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ହେଲୋ ପଏଣ୍ଟ ଠାରେ ଦୀର୍ଘ ବର୍ଷ ହେବ ପୌଷ ପର୍ବର ଶେଷ ଉତ୍ସବ ଭାବେ ଏହି ଉତ୍ସବ ପାଳନ ହେଇ ଆସୁଛି।ରାଜାରାଣୀ ଝାମୁଯାତ୍ରା ବା ମାଳିଚଗା ଉତ୍ସବ ଭାବେ ପାଳନ ହେଇ ଆସୁଥିବା ଏହି ଉତ୍ସବରେ ସ୍ଥାନୀୟ ରାଜା ଏବଂ ରାଣୀ ନାମକ ଦୁଇ ପାହାଡକୁ ପୂଜା କରାଯାଇଥାଏ।ଏହି ଅବସରରେ ଉକ୍ତ ସ୍ଥାନରେ ସ୍ଥାନୀୟ ଦେବାଦେବୀଙ୍କ ଆସ୍ଥାନରେ ପୂଜାର୍ଚ୍ଚନା କରାଯାଇଥାଏ।ସେଠାରେ ଦେବୀଙ୍କ କାଳିସି ଲାଗି ହେଲା ପରେ କଣ୍ଟା ଦୋଳିରେ ଝୁଲି ଥାଆନ୍ତି ଏବଂ ପରେ ଅଗ୍ନି ପରୀକ୍ଷା ପାଇଁ ନିଆଁରେ ଚାଲିଥାଆନ୍ତି।ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁଲୋକଙ୍କ ସମାଗମ ହୋଇଥିଲା। ଏଥିରେ କୋଷା ବରାଗ୍ରାମ ରାଜାରାଣୀ ପୂଜା କମିଟି ଆୟୋଜନ କରିଥିବା ବେଳେ ମହାଆଡ଼ମ୍ବର ମାଳିଚଗା ପାଳନ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ବାଜରା ଭୋଇ, ସଂମ୍ମାନିତ ଅତିଥି ଭାବେ ମହେନ୍ଦ୍ର ମାଝୀ, ମୁକୁନ୍ଦ ଢଙ୍ଗଡା ମାଝୀ, ଜଗଦିଶ ମାଝୀ, ଉପେନ୍ଦ୍ର ନାଏକ, ରୁକ୍ତା ମାଝୀ, ଗଗନ ନାଏକ, ବିଷ୍ଣୁ ମାଝୀ, ହିରଣ ନାଏକ, କୈଳାସ ମାଝୀ, ସହ ପୂଜା କମିଟି ର ସମସ୍ତ ସଦସ୍ୟ ଏବଂ ଭଳେଣ୍ଡର ସଦସ୍ୟ ଏବଂ ଗ୍ରାମ ର ମାନ୍ୟ ଗଣ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ସମାପନ କରିଥିଲେ l

 କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ