ପାତ୍ରମୁଣ୍ଡା ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ନବରଙ୍ଗପୁର ଶାଖାର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Nov 24, 2024 - 17:19
 0  155
ପାତ୍ରମୁଣ୍ଡା ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ନବରଙ୍ଗପୁର ଶାଖାର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର,(ରଞ୍ଜିତ ନାୟକ ) ତା: ୨୪/୧୧-ନବରଙ୍ଗପୁର ଜିଲ୍ଲା ପାତ୍ରମୁଣ୍ଡା ନିକଟସ୍ଥ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ମାଁ ବନଦୁର୍ଗାଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ନବରଙ୍ଗପୁର ଶାଖାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି !ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସଂଘର ପରାମର୍ଶ ଦାତା ତଥା ମାର୍ଗ ଦର୍ଶକ ଆଇନଜୀବି ଶିରାଜୁଦିନ ଏହମଦ ଯୋଗ ଦେଇଥିବା ବେଳେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାର୍ଥ ହରିଜନ, ନବରଙ୍ଗପୁର ଜିଲ୍ଲା ସଂଘର ସଭାପତି ଶେଖର ଖୁରା, ଉପ ସଭାପତି ହିମାଂଶୁ ଶେଖର ବାଘ, ଜିଲ୍ଲା ସମ୍ପାଦକ ଅଶୋକ ସାହୁ, ଲାଲୁ କରକରା, ଗୁରୁ ପ୍ରସାଦ ପଣ୍ଡା, କୃପାନିଧି ରାଉତ, ସଂଜୀବ ଖୁରା, ଲକ୍ଷ୍ମୀଚନ୍ଦ୍ର ଟାକରିଙ୍କ ସମେତ ଜିଲ୍ଲାର ପ୍ରତ୍ୟେକ ବ୍ଲକର ବ୍ଲକ ସଭାପତି, ସେକ୍ରେଟାରୀ, କୋଷାଧକ୍ଷ ଓ ସଂଘର ଅନ୍ୟାନ୍ୟ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ ! ସମ୍ମାନିତ ଅତିଥି ଶ୍ରୀ ଏହମଦ ସାମ୍ବାଦିକ ଓ ସାମ୍ବାଦିକତା ଉପରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସଂକ୍ଷିପ୍ତରେ ପରାମର୍ଶ ପ୍ରଦାନ କରିଥିବା ବେଳେ ସଂଘର ବରିଷ୍ଠ ସାମ୍ବାଦିକମାନେ ନିଜ ନିଜ ଅଭିଜ୍ଞତା ଉପସ୍ଥାପନା କରିବା ସହ ନିରପେକ୍ଷ ଓ ନିର୍ଭିକ ଭାବେ ସାମ୍ବାଦିକତା କରିବାକୁ କନିଷ୍ଠ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ