ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ -୨୦୨୫ ପାଳିତ

Apr 30, 2025 - 15:29
 0  43
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ -୨୦୨୫ ପାଳିତ

ବାରିପଦା ତା ୩୦-୦୪-୨୦୨୫ ରିଖ. ଆଜି ପବିତ୍ର ଶୁକ୍ଳ ପକ୍ଷ ତୃତୀୟା ବା ଅକ୍ଷି ତୃତୀୟା ଅମୃତ ବେଳାରେ ଆମ ରାଜ୍ୟର ଚାଷୀ ଭାଇ ମାନେ ଅକ୍ଷିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ପବିତ୍ର ଦିବସ ଅବସରରେ ଭୁବନେଶ୍ୱର ଓ ୟୁ ଏ ଟି ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାଷୀକୁଳର ଶୁଭମନାସୀ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ସମୃଦ୍ଧ କୃଷକ, ବିକଶିତ ଓଡିଶା ଗଠନ ପାଇଁ ଏକ ଅଭିନଵ ପଦକ୍ଷେପ ସ୍ୱରୂପ ଆଜି ମୁଖ୍ୟମନ୍ତ୍ରୀ ଚାଷୀଭାଇ ମାନଙ୍କୁ ବିଶେଷ ଉପହାର ଭାବେ ରାଜ୍ୟର ୫୦ ଲକ୍ଷ ରୁ ଉର୍ଦ୍ଧ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାର ଙ୍କୁ ୨୦୨୫-୨୬ ଖରିଫ ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ସି ଏମ କିଷାନ ସହାୟତା ରାଶି ପ୍ରଦାନ କରିଛନ୍ତି। ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ୧ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ପବିତ୍ର ଅବସରରେ ଆଜି ପୂର୍ବାହ୍ନ ୮ ଘଟିକା ସମୟ ରେ ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ-୨୦୨୫ ମହାସମାରୋହ ରେ ପାଳିତ ହୋଇଯାଇଛି.ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ବିଧାୟକ, ସାରସକଣା ଶ୍ରୀ ଭାଦବ ହାଁସଦା, ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ, କୃଷି ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷା ବୈଜ୍ଞାନିକ ଶ୍ରୀମତୀ ସଂଘମିତ୍ରା ପଟ୍ଟନାୟକ ଯୋଗ ଦେଇ ମହାଲକ୍ଷ୍ମୀ ଙ୍କୁ ପୂଜା ଅର୍ଚନା ପୂର୍ବକ ଚଳିତ ଖରିଫ ଋତୁ ରେ ଚାଷ କାର୍ଯ୍ୟର ପ୍ରଥମ ସୋପାନ ଅକ୍ଷିମୁଠି ର ଶୁଭ ଅନୁକୁଳ କରିଥିଲେ. ଏହି ଅବସରରେ ଅତିଥି ବୃନ୍ଦ ଚାଷୀକୁଳଙ୍କ ଶୁଭମନାସି ଏବର୍ଷ ଆମ ଜିଲ୍ଲା ର ଚାଷୀମାନେ ଯେମିତି ଅଧିକ ଅମଳ କରନ୍ତୁ ଏବଂ ସେମାନଙ୍କ ଜୀବନଧାରଣ ମାନରେ ଆହୁରି ଉନ୍ନତ ହେଉ ବୋଲି ମା' ଲକ୍ଷ୍ମୀ ଙ୍କ ପାଖରେ ପ୍ରାର୍ଥନା କରିଥିଲେ. ପ୍ରତି ବର୍ଷ ଭଳି ସରକାରଙ୍କ ଯୋଜନା ଅନ୍ତର୍ଗତ ଯାହା ଯାହା ସୁବିଧା ସୁଯୋଗ ଚାଷୀ ମାନଙ୍କୁ ଚାଷ ସମୟ ରେ ଯୋଗାଇ ଦିଆଯାଇଥାଏ କିମ୍ବା ଏବର୍ଷ ଯଦି କିଛି ନୂତନ ଯୋଜନା ଚାଷୀ ମାନଙ୍କ ପାଇଁ ଆସିବ ତେବେ ନିୟମ ଅନୁଯାୟୀ ସେସବୁ ସୁବିଧା ସୁଯୋଗ ଓ ସହାୟତା ଚାଷୀ ମାନଙ୍କୁ ସ୍ୱଚ୍ଛତା ଆଧାର ରେ ନିଶ୍ଚିତ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ଯଦି କୌଣସି କ୍ଷେତ୍ର ରେ ଚାଷୀ ମାନେ ଚାଷ ସମ୍ଭନ୍ଧୀୟ କୌଣସି ଅସୁବିଧା ର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ତାଙ୍କ ଅଂଚଳ ର କ୍ଷେତ୍ର କର୍ମଚାରୀ ଙ୍କ ସହିତ ଯୋଗାଯୋଗ କରି ସମସ୍ୟା ର ସମାଧାନ କରିପାରିବେ ଏବଂ ଅତ୍ୟାବଶ୍ୟକ ପରିସ୍ଥିତି ରେ ଚାଷୀମାନେ ସେମାନଙ୍କ ସମସ୍ୟା ର ସମାଧାନ ପାଇଁ ସିଧାସଳଖ ଜିଲ୍ଲାପାଳଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଉନ୍ନତ ପ୍ରଣାଳୀରେ ଚାଷ କରି ଅଧିକ ଅମଳ ପାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀ ଭାଇ ମାନଙ୍କୁ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି। ତେଣୁ ଏହାର ସୁଯୋଗ ନେବାପାଇଁ ଚାଷୀ ଭାଇ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ପାରମ୍ପରିକ ଖାଦ୍ୟ ମାଣ୍ଡିଆ, ମିଲେଟ ଜାତୀୟ ଶସ୍ୟର ପ୍ରଦର୍ଶନୀ ଷ୍ଟଲ ଖୋଲା ଯାଇଥିଲା। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କୁଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ସିଡିଭିଓ ଡ଼ା. କଳ୍ପତରୁ ସ୍ୱାଇଁ , ଡେପୁଟି ଡାଇରେକ୍ଟର ଉଦ୍ୟାନ କୃଷି ଶ୍ରୀ ଟଙ୍କଧର କାଲୋ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଙ୍କ ସମେତ ବିଭିନ୍ନ ପଦାଧିକାରୀ, ବିଭିନ୍ନ ବର୍ଗ ର ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ଓ ସ୍ଥାନୀୟ ଅଂଚଳ ର ଜନସାଧାରଣ ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମ ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କୃଷି ଅଧିକାରୀ ମଧୁସ୍ମିତା ଜେନା, ରମ୍ୟ ରଞନ ମହାନ୍ତ,ଅର୍ଚନା ବଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ବିଭାଗୀୟ କର୍ମଚାରୀ ସମୂହ ଏଥିରେ ସହଯୋଗ କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ