ନ୍ୟାସନାଲ କଲେଜ ଠାରେ ଯୁବ ଉତ୍ସବ ପାଳିତ

Dec 25, 2024 - 05:16
 0  36
ନ୍ୟାସନାଲ କଲେଜ ଠାରେ ଯୁବ ଉତ୍ସବ ପାଳିତ

ନୂଆପଡା : ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ତଥା ନେହେରୁ ଯୁବ କଲ୍ୟାଣ ନୂଆପଡା ତରଫରୁ ଆଜି ସ୍ଥାନୀୟ ନ୍ୟାସନାଲ କଲେଜ ଠାରେ ଯୁବ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷକ ତଥା ସମାଜସେବୀ ଶଙ୍କରର୍ଷଣ ପୁରୋହିତ ଏବଂ ନେହେରୁ ଯୁବକଲ୍ୟାଣ ନୂଆପଡାର ବରିଷ୍ଠ କର୍ମଚାରୀ ମୁକେଶ ପାଣ୍ଡେଙ୍କ ତତ୍ବାବଧାନରେ ତଥା ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରସନ୍ନ ମେହରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରୀଫଳ ଭାଙ୍ଗି ଫିତାକାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ,ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ପ୍ରମୁଖ ଯୋଗଦାନ କରି ଯୁବକ ଯୁବତି ମାନଙ୍କୁ ଉତ୍ସାହିତ କରିଥିଲେ । ପରେ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବରିଷ୍ଠ ଆଇନଜିବୀ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢୀ, ଖରିଆରୋଡ ଏନଏସି ଚ୍ୟାରମେନ ସୋନିଆ ଜୈନ, ନ୍ୟାସନାଲ କଲେଜର ପ୍ରିନସିପାଲ ହିତେଶ କୁମାର ସାହୁ, ପ୍ରଫେସର ବଲ୍ମଭ ଚରଣ ବେହେରା ପ୍ରମୁଖ ମଂଚାସୀନ ରହି ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜିଲ୍ଲାରେ ଥିବା ଗଣମାଧ୍ୟମ ସଂଗଠନର ମୁଖ୍ୟ ଓ ସଦସ୍ୟ ମାନଙ୍କୁ ସମ୍ମାନୀତ କରିଥିଲେ । ଏହି ଯୁବ ଦିବସ ଉପଲକ୍ଷେ ଆୟୋଜିତ ବିଜ୍ଞାନ ମେଳା ବ୍ୟକ୍ତିଗତ ଏବଂ ଗ୍ରୁପ, ୟଙ୍ଗ ରାଇଟରସ୍ କନଟେଷ୍ଟ ଗୀତ, ୟଙ୍ଗ ରାଇଟରସ୍ କନଟେଷ୍ଟ ପେନଟିଙ୍ଗ, ଫଟୋଗ୍ରାଫି କନଟେଷ୍ଟ, ଡେକାମେସନ କନଟେଷ୍ଟ ଏବଂ କଲଚରାଲ ଗ୍ରୁପ କମପିଟେଟିଭ ଇଭେଟ ପ୍ରମୁଖ ପ୍ରତିଯୋଗୀତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ନାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରଷ୍କାର ପ୍ରଦାନ କରିଥିଲେ । ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ