ନୂଆପଡ଼ା ଜିଲ୍ଲାପାଳଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ ଓ ଜିଲ୍ଲାକୁ ଆଗେଇ ନେବାକୁ ଆହ୍ଵାନ

Dec 7, 2024 - 19:24
 0  6
ନୂଆପଡ଼ା ଜିଲ୍ଲାପାଳଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ ଓ ଜିଲ୍ଲାକୁ ଆଗେଇ ନେବାକୁ ଆହ୍ଵାନ

ନୂଆପଡ଼ା, ତା 06.12.2024 ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ କ୍ଷେତ୍ର ପରିଦର୍ଶନରେ ଯାଇ କର୍ଲାକୋଟ ଧାନମଣ୍ଡି ରେ ଧାନ କ୍ରୟ ବ୍ୟବସ୍ଥା ଦେଖିଥିଲେ । ନବୀନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଏହି ମଣ୍ଡିରେ 7 ଜଣ କୃଷକ 703 ବସ୍ତା ଧାନ ଜମା କରିଥିଲେ । ମଣ୍ଡିରେ ଚାଷୀ ମାନଙ୍କ ପାଇଁ ପିଇବା ପାଣି , ଶୌଚାଳୟ ବସିବା ପାଇଁ ଛାୟା ଓ ଚୌକିର ବ୍ୟବସ୍ଥା କରିବା ପାଇଁ ଆରଏମସି କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହାପରେ କର୍ଲାକୋଟ ସବ ସେଣ୍ଟର ସ୍ଵାସ୍ଥ୍ୟ କେନ୍ଦ୍ର ତଥା ଡେ କେୟାର ସେଣ୍ଟର ପରିଦର୍ଶନ କରିଥିଲେ l ଏହା କୋମନା ବ୍ଲକ ଦ୍ବାରା 46 ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି । ଡିସେମ୍ବର ମାସରେ ଏହା ସମ୍ମ।ନନୀୟ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଅବସରରେ ଉଦଘାଟନ ହେବାକୁ ଥିବାରୁ ଏହାର କାମ ଶୀଘ୍ର ସମ୍ପନ୍ନ କରିବା ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ସମାଜ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଡମଝର ବିଦ୍ୟାଳୟ ପରିଦର୍ଶନ କରି ଏଠାରେ ଆଠ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଅତିରିକ୍ତ ଶ୍ରେଣୀଗୃହର କାମ ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ କହିଥିଲେ । 96 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଡମଝର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଗୃହର ଛାତ ପଡି ସାରିଥିବାରୁ ବାକି କାମ 2 ମାସ ମଧ୍ୟରେ ସାରିବାକୁ ବିଡିଓ ଓ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ଲର୍କ। ମଣ୍ଡି ପରିଦର୍ଶନ କରି ଚାଷୀ ଏବଂ ମିଲର ମାନଙ୍କ ସହିତ ଆଲୋଚନା କରି ଆପୋଷ ସହଯୋଗରେ ସୁବ୍ୟବସ୍ଥ। ସହିତ ଧାନ ଉଠାଇ ଏହାକୁ ଜିଲ୍ଲାର ଏକ ଆଦର୍ଶ ମଣ୍ଡି କରିବା ପାଇଁ ଆହ୍ବାନ ଦେଇଥିଲେ । ଏହାପରେ ବୋଇରଗାଁ ପଞ୍ଚ।ୟତର ଚିକଲଚୁଆଁ ଗାଁରେ ଜଳ ବଭାଜିକା ପ୍ରକଳ୍ପ ଦ୍ବାରା ନିର୍ମିତ 3 ହେକ୍ଟର ବିଶିଷ୍ଟ ଆମ୍ବ ବଗିଚା ବୁଲି ଦେଖିଥିଲେ । ଏହି ଆମ୍ବ ବଗିଚା ଖଗେଶ୍ୱର ମାଝୀ ଏବଂ ତାଙ୍କ ସାଥୀ କୃଷକ ମାନଙ୍କ ଦ୍ବାରା ମନରେଗା ଯୋଜନାରେ 12. 44 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଯେଉଁଠାରେ 1200 ଆମ୍ବ ଗଛ ଲଗାଯାଇଛି । ଏହାପରେ କେଶରାଜପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ପରିଚାଳନା କମିଟି ସଭାରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ, ସ୍ଵାସ୍ଥ୍ୟ ଅଧିକାରୀ , ପୂର୍ତ୍ତ ବିଭାଗ ଯନ୍ତ୍ରୀ , ବିଦ୍ୟାଳୟର ଅଧ୍ୟକ୍ଷ ଓ ପରିଚାଳନା କମିଟି ସଦସ୍ୟ ଯୋଗଦାନ କରିଥିଲେ । ଏହାପରେ ବିଦ୍ୟାଳୟ ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କ ବୈଠକରେ ଉତ୍ତମ ଶିକ୍ଷାଦାନ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ହିସାବରେ ଗଢି ତୋଳିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସେମାନଙ୍କୁ ଆହ୍ବାନ ଦେଇଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ