ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୂଆପଡ଼ା : ତା ୦୮.୦୧.୨୦୨୫ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ - ଭୀମସେନ ଶବର , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ - ଲମ୍ବୋଦର ଧରୁଆ , ଉପ ଜିଲ୍ଲାପାଳ -ଯୋଗେନ୍ଦ୍ର ମାଝୀ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ବୈଠକର ଉଦ୍ଦେଶ୍ୟ ଜ୍ଞ।ପନ କରିଥିଲେ । ଜିଲ୍ଲାପାଳ ଏହି ଜିଲ୍ଲାସ୍ତରୀୟ ଜାତୀୟ ଦିବସକୁ ସରସ ସୁନ୍ଦର ତଥା ଗାରୀମାମୟ ହିସାବରେ ପାଳନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇ ପ୍ରସ୍ତୁତିର ପ୍ରତିଟି ବିନ୍ଦୁ ଉପରେ ଆଲୋଚନା କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ ସାଧାରଣତନ୍ତ୍ର ଦିବସରେ ରାମଧୁନ ପ୍ରଭାତଫେରି ସହିତ ସମସ୍ତ ଅନୁଷ୍ଠାନ ମାନଙ୍କରେ ସକାଳ ଘ ୭.୦୦ ରୁ ୮.୦୦ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ ହେବ । ଉତ୍ସବର ମୁଖ୍ୟ ଅତିଥି, ମହାତ୍ମା ଗାନ୍ଧୀ ଏବଂ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସକାଳ ୯.୦୦ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ । ମିଳିତ ପ୍ୟାରେଡରେ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ଟୃପ ଭାଗ ନେବେ ଏବଂ ବିଭିନ୍ନ ଦଳ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିବେ । ପ୍ୟାରେଡ ପଡିଆରେ ବିଭିନ୍ନ ସରକାରୀ ବିଭାଗ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବେ । ଦିବସ ଅବ୍ୟବହିତ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ବାରା ସ୍ଥାନୀୟ ନେସନାଲ ହାଇସ୍କୁଲରେ ଦେଶାତ୍ମବୋଧକ ସଙ୍ଗୀତ, ଓଡିଆ ଓ ଇଂରାଜୀ ତର୍କ ପ୍ରତିଯୋଗୀତା ଏବଂ କୁଇଜ କ୍ଲବ ଦ୍ବାରା କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଦେଶାତ୍ମବୋଧକ କବିତା ଆବୃତି ଆସର ଅନୁଷ୍ଠିତ ହେବ । ସାଧାରଣତନ୍ତ୍ର ଦିବସ ଦିନ ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଆମ ଓଡ଼ିଶା ଓ ସମ୍ବାଦ , ସ୍ବାସ୍ଥ୍ୟ ବିଭାଗ ଏବଂ ସମସ୍ତ ସରକାରୀ ବିଭାଗ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହି ପ୍ରସ୍ତୁତି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ,ବିଭିନ୍ନ ଲାଇନ ବିଭାଗର ଅଧିକାରୀ , ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ , ବିଦ୍ୟାଳୟର ଶିକ୍ଷକ, ପରିଚାଳନା କମିଟି ସଦସ୍ୟ ଏବଂ ଗଣ ମାଧ୍ୟମର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ l ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






