ନୂଆପଡା ଜିଲ୍ଲାପାଳଙ୍କ ଜାତୀୟ ସ୍ଵାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଡାକ୍ତର ଓ ଅଧିକାରୀ ମାନଙ୍କୁ ଉଦ୍ବୋଧନ

Nov 15, 2024 - 19:38
 0  21
ନୂଆପଡା ଜିଲ୍ଲାପାଳଙ୍କ ଜାତୀୟ ସ୍ଵାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଡାକ୍ତର ଓ ଅଧିକାରୀ ମାନଙ୍କୁ ଉଦ୍ବୋଧନ

ନୂଆପଡା, ତା 14.11.26 ଅଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏଵଂ ଆୟୁଷ ଡ଼ାକ୍ତର ମାନଂକ ସହିତ ସମ୍ମିଳନୀ କକ୍ଷରେ ଏକ ମତ ବିନିମୟ ବୈଠକ କରିଥିଲେ l ଏଥିର ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନା ଓ ଡିପିଏମଓ ଦିଲ୍ଲୀପ ଦୂବେ ଉପସ୍ଥିତ ଥିଲେ l ଜିଲ୍ଲାପାଳ ଅଧିକାରୀମାନଙ୍କୁ ସ୍ବାଗତ କରି କହିଲେଯେ ନିଜ ନିଜ କାର୍ଯ୍ୟ ଠିକ୍ ରୂପେ ସମ୍ପାଦନ କରି ଜନସାଧାରଣଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସମସ୍ତେ ଯତ୍ନବାନ ହେବେ l ନିଜ ଚାକିରୀ ମାଧ୍ୟମରେ ଜନସାଧାରଣ ଙ୍କ ସେବା ପାଇଁ ପ୍ରତ୍ୟକ୍ଷ ସୁଯୋଗ ପାଇଥିବାରୁ ସେମାନେ ସମସ୍ତେ ଭାଗ୍ୟବାନ l ହେଲଥ ପାରାମିଟର ରେ ଏବେ ଆମ ଜିଲ୍ଲା ନୂଆପଡା ରାଜ୍ୟରେ ଦୁଇ ନମ୍ବରରେ ଅଛି l ସମସ୍ତେ କଠିନ ପରିଶ୍ରମ କରି ଏହାକୁ ଏକ ନମ୍ବରରେ ରଖିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ l ଜାତୀୟ ସ୍ଵାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ମାନଙ୍କୁ ଜଣ ଜଣ କରି ପଚାରି ସେମାନଙ୍କ କର୍ତ୍ତବ୍ୟ ଦାୟିତ୍ଵ ଓ ସୁବିଧା ଅସୁବିଧା ସମ୍ୱନ୍ଧରେ ପଚାରି ବୁଝିଥିଲେ lଦିନକୁ ଦିନ ଜନସାଧାରଣ ଆୟୁର୍ବେଦିକ ଓ ହୋମିଓପାଥିକ ଚିକିତ୍ସା ଉପରେ ବିଶେଷ ଭରସା କରୁ ଥିବାରୁ ଗାଁ ଗହଳି ରେ ଥିବା ଆୟୁଷ ଡ଼ାକ୍ତର ମାନେ ବିଶେଷ ଯତ୍ନବାନ ହୋଇ ଚିକିତ୍ସା କରିବେ l ଜିଲ୍ଲାରେ ସମସ୍ତ ଡ଼ିଆଁ ରୋଗକୁ ତୁରନ୍ତ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ l ସମସ୍ତେ ସ୍ଵାସ୍ଥ୍ୟ କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବେ l ଯକ୍ଷ୍ମା କୁଷ୍ଠ ଏଡ୍ସ ଇତ୍ୟାଦି ରୋଗୀଙ୍କୁ ସୁହାନୁଭୂତିର ସହିତ ଚିକିତ୍ସା ଯୋଗାଇଦେବେ l ଡାକ୍ତଖାନାଗୁଡ଼ିକରେ ବିଭିନ୍ନ ଅସୁବିଧା ସତ୍ତ୍ୱେ ସମସ୍ତେ ନିଜ ନିଜ ସୁଖ ସ୍ୱାଛନ୍ଦ୍ୟକୁ ପଛରେ ପକାଇ ରୋଗୀ ମାନଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଜିଲ୍ଲାପାଳ ସମସ୍ତ ଡ଼ାକ୍ତର ଓ ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ