ନୂଆପଡା ଜିଲ୍ଲାପାଳଙ୍କ "ଆସ ସ୍କୁଲ ଯିବା " ଅଭିଯାନର ସମୀକ୍ଷା ବୈଠକ l ଜିଲ୍ଲାରେ କେହି ଜଣେବି ପିଲା ଡ୍ରପ୍ ଆଉଟ୍ ରହିବ ନାହିଁ - ଜିଲ୍ଲାପାଳ

Sep 7, 2025 - 05:49
 0  9
ନୂଆପଡା ଜିଲ୍ଲାପାଳଙ୍କ "ଆସ ସ୍କୁଲ ଯିବା " ଅଭିଯାନର ସମୀକ୍ଷା ବୈଠକ l ଜିଲ୍ଲାରେ କେହି ଜଣେବି ପିଲା  ଡ୍ରପ୍ ଆଉଟ୍ ରହିବ ନାହିଁ - ଜିଲ୍ଲାପାଳ

ନୂଆପଡା : ସର୍ବଶିକ୍ଷା ଅଭିଯାନର ଆୟୋଜନ କ୍ରମେ ନୂଆପଡା ଜିଲ୍ଲପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ" ଆସ ସ୍କୁଲ ଯିବା" ଅଭିଯାନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍କୁଲ ରୁ ଡ୍ରପଆଉଟ ହୋଇଥିବା ଏବଂ ଜମାରୁ ସ୍କୁଲ ଯାଇନଥିବା ପିଲାମାନଙ୍କୁ ପୁଣିଥରେ ଶିକ୍ଷାର ମୁଖ୍ୟ ଧାରାକୁ ଫେରାଇ ଆଣି ସେମାନଙ୍କ ଜୀବନଧାରାକୁ ପରିବର୍ତ୍ତନ କରିବା ପାଇଁ ପ୍ରଚେଷ୍ଟା କରାଯିବ। ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏଙ୍କ ଆବାହକତତ୍ୱରେ ଅନୁଷ୍ଠିତ ଏଇ ସଭାରେ ଶିକ୍ଷା ବିଭାଗର ତଥା ସମ୍ପୃକ୍ତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ l ସମୀକ୍ଷାରୁ ଜଣାଗଲା ଯେ ସମଗ୍ର ଜିଲ୍ଳାରେ ୫୮୦୭ ଜଣ ପିଲା ସ୍କୁଲ ବାହାରେ ରହି ଯାଇଛନ୍ତି। ଏଥିରୁ ୪୭୩୫ ଜଣ ଡ୍ରପ ଆଉଟ ହୋଇଥିବା ବେଳେ ୧୦୭୨ ଜଣ ଜମାରୁ ସ୍କୁଲ ଯାଇନାହାନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ସ୍ୱତନ୍ତ୍ର ଶିକ୍ଷକ ଅଭିଭାବକ ମିଟିଂ, ଶିକ୍ଷା ସଭା ଏବଂ ପଦଯାତ୍ରା କରାଯାଇଥିଲା l ଏ ମଧ୍ୟରେ ୯୯୨ ଜଣ ଡ୍ରପ ଆଉଟ ପିଲା ଏବଂ ଜମାରୁ ସ୍କୁଲ ଯାଇ ନଥିବା ୧୭୦ ଜଣ ପିଲାଙ୍କର ପୁଣିଥରେ ବିଭିନ୍ନ ସ୍କୁଲ ରେ ନାମ ଲେଖା ହୋଇ ଯାଇଛି l ଏହି ରାଜ୍ୟ ସ୍ତରୀୟ ଅଭିଯାନକୁ ଜିଲ୍ଲାରେ ସମ୍ପୂର୍ଣ ସଫଳତାର ସହ ପ୍ରୟୋଗ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା ବିଭାଗ ତଥା ବିଭିନ୍ନ ବିଭାଗର ଅଧିକାରୀ ମାନେ ମିଳିତ ଭାବରେ ଡ୍ରପ ଆଉଟ ପିଲାମାନଙ୍କ ଘରକୁ ଯାଇ ଏଭଳି ପିଲା ତଥା ତାଙ୍କ ପିତାମାତା ଙ୍କୁ ବୁଝାଇ ସୁଝାଇ ପୁଣିଥରେ ବିଦ୍ୟାଳୟ, ମହାବିଦ୍ୟାଳୟ , ବିଭିନ୍ନ ଧନ୍ଦା ମୂଳକ ଟ୍ରେନିଂ,ଆଇ ଟି ଆଇ କିମ୍ବା ପଲିଟେକନିକ୍ ରେ ନାମ ଲେଖା ପାଇଁ ପ୍ରବର୍ତ୍ତାଇବେ l ଜିଲ୍ଲାରେ କେହି ଜଣେବି ପିଲା ଯେମିତି ଡ୍ରପ୍ ଆଉଟ୍ ହୋଇ ବିନା ଶିକ୍ଷାରେ ରହି ନ ଯିବ ତାହା ଶତ ପ୍ରତିଶତ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ