।। ନୂଆପଡା ଜ଼ିଲ୍ଲାରେ ଷ୍ଟ୍ରବେରି ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।।

Feb 16, 2024 - 21:22
 0  30
।। ନୂଆପଡା ଜ଼ିଲ୍ଲାରେ ଷ୍ଟ୍ରବେରି ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ସଦର ବ୍ଲକ ଦର୍ଲିମୁଣ୍ଡା ପଞ୍ଚାୟତର ପ୍ରକାଶ ଚନ୍ଦ୍ର ପ୍ରଧାନ ନାମକ ଚାଷୀ ଷ୍ଟ୍ରବେରି ଚାଷ କରି ଲାଭବାନ ହୋଇଛନ୍ତି l ପ୍ରଥମେ ସେ ଧାନ ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ମାତ୍ର ନୂଆପଡା ଜ଼ିଲ୍ଲାରେ ଷ୍ଟ୍ରବେରୀ ଚାହିଦା ବଢ଼ିବାରେ ଦେଖି ସେ ପ୍ରଥମେ ଷ୍ଟ୍ରବେରି ଚାଷ କରିବା ପାଇଁ ମନ ବଳାଇ ଜ଼ିଲ୍ଲା ଉଦ୍ୟାନ କୃଷି ଅଧିକାରୀଙ୍କୁ ଯୋଗ ଯୋଗ କରିଥିଲେ l ଜ଼ିଲ୍ଲା କୃଷି ଉଦ୍ୟାନ ବିଭlଗର ସାହାଯ୍ୟ ଓ ପ୍ରୋତ୍ସାହନରେ ଷ୍ଟ୍ରବେରି ଚାଷ କରିବା ପାଇଁ ଇଛା ଜାହିର କରିଥିଲେ l କୃଷି ଅଧିକାରୀଙ୍କ ଠାରୁ ବିହନ ଆଣି 40 ଡିସମିଲ ଘେରା କିଆରୀରେ ସେ ଷ୍ଟ୍ରବେରି ଚାଷ କରି ବାହାର ରାଜ୍ୟକୁ ଷ୍ଟ୍ରବେରି ମାର୍କେଟିଙ୍ଗ କରି ଅନେକ ପଇସା ରୋଜଗାର କରିଥିଲେ l ପରେ ସେ ଷ୍ଟ୍ରବେରି ଚାଷରେ ଲାଭବାନ ହୋଇ ବାହାର ରାଜ୍ୟ ମହାରlଷ୍ଟ୍ରର ନାଗପୁର ସହର ରୁ ଟ.14ଙ୍କାରେ ଗଛ ଆଣି ଷ୍ଟ୍ରବେରୀ ଚାଷ କରିଛନ୍ତି l ଚଳିତ ବର୍ଷ ଜିଲ୍ଲାର 5ଟି ବ୍ଲକ କୁଁ ମିଶାଇ 20 ଏକର ଜମିରେ ଏହି ଚାଷ କରାଯାଇଛି । ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ଷ୍ଟ୍ରବେରି ଚାଷ ବର୍ତ୍ତମାନ ଆଶାତୀତ ସଫଳ ହୋଇଛି । ଏଠାରୁ ଅମଳ ହେଉଥିବା ଷ୍ଟ୍ରବେରି ଉନ୍ନତମାନର ବୋଲି ଉଦ୍ୟାନ ବିଭାଗ ସୂଚନା ଦେଇଛି । ଷ୍ଟ୍ରବେରୀ କିଣିବାକୁ ଯଦି କୌଣସି କମ୍ପାନୀ ନୂଆପଡା ଜ଼ିଲ୍ଲା ପ୍ରଶାସନ ସହ ଚୁକ୍ତିନାମା ସ୍ବାକ୍ଷର କରିନ୍ତି ତେବେ ଚାଷୀ ଷ୍ଟ୍ରବେରି କମ୍ପାନୀ କୁ ବିକ୍ରୟ କରି ବେଶ ଲାଭବାନ ହୋଇପାରନ୍ତେ l ଚଳିତବର୍ଷ ଜ଼ିଲ୍ଲାରେ ବିଭିନ୍ନ ସ୍ଥାନରେ ଷ୍ଟ୍ରବେରୀ ଚାଷ କରାଯାଇଛି । ଜିଲ୍ଲା ପ୍ରଶାସନ ଏହି ଷ୍ଟ୍ରବେରି ଚାଷକୁ ଅଧିକ ଗୁରୁତ୍ୱ ଦେଇ ଚାଷୀଙ୍କୁ ସିଧା ସଳଖ ଭାବେ ସହଯୋଗର ହାତ ବଡାଇଛନ୍ତି l ଜିଲ୍ଲାରେ ଏବେ ଅଧିକରୁ ଅଧିକ ଷ୍ଟ୍ରବେରି ଅମଳ ହୋଇ ପାରିବ ବୋଲି ଜ଼ିଲ୍ଲା ଉଦ୍ୟାନ କୃଷି ଅଧିକାରୀ ହରେ କ୍ରିଷ୍ଣା ହାଁସଦା ସୂଚନା ଦେଇଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ