।। ନୂଆପଡା ଜ଼ିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବାବେଳେ ମୌସମୀ ଅପେକ୍ଷାରେ ଚାଷୀ କୁଳ ।।

Jun 16, 2024 - 01:45
 0  22
।। ନୂଆପଡା ଜ଼ିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବାବେଳେ ମୌସମୀ ଅପେକ୍ଷାରେ ଚାଷୀ କୁଳ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ଏକ କୃଷି ପ୍ରଧାନ ଜିଲା । ଜିଲାରେ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ଚାଷୀ ଧାନ ବିହନ ଆଣି ଜମିକୁ ପ୍ରସ୍ତୁତ କରି ମୌସୁମୀ ବର୍ଷା ଅପେକ୍ଷାରେ ଅଛି । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରି ନଥିବାବେଳେ ଜୁନ ମାସର ଅଧା ଦିନ ସରି ଯାଇଥିଲେ ମଧ୍ୟ ବର୍ଷା ନ ହେବାରୁ ଚାଷୀ ଚିନ୍ତାରେ ପଡି ଯାଇଛନ୍ତି । ନୂଆପଡା ବ୍ଲକର ଅଧିକାଂଶ ପଞ୍ଚାୟତରେ ଜଳସେଚନ ସୁବିଧା ନାହିଁ । ସେମାନେ ଖରଡି ଧାନ ବୁଣି ଦଶହରା ବା ଦୁର୍ଗାପୂଜା ପୂର୍ବରୁ ଅମଳ କରି ଅନ୍ୟ ଚାଷ ଯଥା ମୁଗ, ବିରି, ସୋରିଷ, ଭଳି ଫସଲ ଚାଷ କରିଥାନ୍ତି । ଚଳିତ ବର୍ଷ ମୌସୁମୀ ବର୍ଷା ବିଳମ୍ବ ହେବା ଯୋଗୁ ଚାଷୀକୁଳ ହତାଶ ହୋଇପଡିଛି । ଗୋଟିଏ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବହୁ ବିଳମ୍ବ ହୋଇଯିବ ବୋଲି ଚାଷୀମାନେ ମଧ୍ୟରେ କୋହେଳିକା ଶୃଷ୍ଟି ହେଉଥିବାବେଳେ ଏବେ ନୂଆପଡା ଜ଼ିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଚାଲିଥିବାବେଳେ ସରକାରଙ୍କ ଆଦେଶନୁଯାଇ 18 ତାରିଖରୁ ସ୍କୁଲ ଖୋଲାଯାଇ ଚାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ ବୋଲି ଘୋଷଣା କରିଥିବାବେଳେ କିନ୍ତୁ ଚଳିତ ଜୁନ ମାସର ଅଧା ଅତିକ୍ରମ କଲାପରେ ମଧ୍ୟ ପରଦା 41 ରୁ 43 ଡିଗ୍ରୀ ରେକର୍ଡ କରିଥିବାବେଳେ ମୌସୁମୀର କୌଣସି ସଂକେତ ମିଳୁନଥିବା ଦେଖାଦେଇଛି ଯଦି ମୌସମୀ ବିଳମ୍ବ ହୁଅ ତେବେ ଚାତ୍ରଛାତ୍ରୀ ମାନେ ଅସହାୟ ଗରମରେ କିପରି ସ୍କୁଲ କୁ ଯାଇ ପାଠ ପଢିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଥିବାବେଳେ ଯଦି ମୌସମୀ ଦୁଇ କିମ୍ବା ତିନି ଦିନରେ ଆସେ ତେବେ ଲୋକଙ୍କ ପାଇଁ ଏକ ଅଶ୍ଵସ୍ତି ହେବ ବୋଲି ଚାଷୀ କୂଳରେ ଚର୍ଚା ହେଉଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ