ନୂଆପଡା କବାଡି ପ୍ରିମିୟର ଲିଗ ର ଟ୍ରଫି ଉନ୍ମୋଚିତ

Mar 17, 2025 - 21:13
 0  27
ନୂଆପଡା କବାଡି ପ୍ରିମିୟର ଲିଗ ର ଟ୍ରଫି ଉନ୍ମୋଚିତ

ନୂଆପଡା ଜିଲ୍ଲା ଖେଳାଳି ସଙ୍ଘ ଓ ରେଫରୀ ସଂଘ ଙ୍କ ମିଳିତ ଆନୁକୁଲ୍ୟରେ ହେଉଥିବା ନୂଆପଡା କବାଡି ପ୍ରିମିୟର ଲିଗ୍ ର ଦ୍ୱିତୀୟ ଦିବସରେ ରେ ଟ୍ରଫି ଉନ୍ମୋଚନ କରାଯାଇଥିଲା I ଜିଲ୍ଲା କବାଡି ସଂଘ ସଭାପତି ହରିଶ କୁମାର ଅହିର ଙ୍କ ନେତୃତ୍ୱରେ ହେଉଥିବା ନୂଆପଡା କବାଡି ପ୍ରିମିୟର ଲିଗ ର ଟ୍ରଫି ଉନ୍ମୋଚନ କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରିକେଟ ସଙ୍ଘ ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ ମୁଖ୍ୟ ଅତିଥି , ଶିକ୍ଷକ ବିନୋଦ କୁମାର ପାଢୀ,ରାଧେଶ୍ୟାମ ସାହା , ଶ୍ୟାମ କେଶରୱାନୀ, ସରପଞ୍ଚ ଦର୍ଲିମୁଣ୍ଡା ସନ୍ଧ୍ୟାରଣି ମିର୍ଦ୍ଧା, ସମିତି ସଭ୍ୟ ଅଶୋକ ଦଣ୍ଡସେନା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଏନ. କେ.ପି.ଏଲ୍ ଟ୍ରଫି ଉନ୍ମୋଚନ କରିଥିଲେ ଓ ଖେଳାଳି ମାନଙ୍କୁ ଉତ୍ସାହିତ୍ କରିଥିଲେ ଏବଂ ସଫଳତା ପାଇଁ ନିରନ୍ତର ପ୍ରାୟାସ ଜାରିରଖି ସଫଳତାର ପାହାଚରେ ଆଗକୁ ବଢ଼ିବାକୁ ମାର୍ଗଦର୍ଶନ କରିଥିଲା l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ରାଜ୍ୟ ସମ୍ପାଦକ ବିଜୁଜନତା ଦଳ ରାଜେଶ ନିଗମ ,ଜିଲ୍ଲା ପରିଷଦ ସଭ୍ୟ ଭରତ ରାଉତ, ସମାଜସେବୀ ମାଧବ ପ୍ରାସାଦ ସାହୁ, ସଞ୍ଜୟ ସିଂହ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଚେଷ୍ଟା ଜାରି ରଖିବା ପାଇଁ କହିଥିଲେ ଓ ଖେଳାଳି ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ l ଦ୍ୱିତୀୟ ଦିନ ସନ୍ଧ୍ୟାର ପ୍ରଥମ ମ୍ୟାଚ୍ ଉମେଶ ୟୁ ମୂମ୍ୱା ଓ ମାଧବ ଚାଲେଞ୍ଜରସ ଙ୍କ ମଧ୍ୟରେ ଅନୁଷ୍ଠିତ ହେଇଥିଲା ଏଥିରେ ଉମେଶ ୟୁ ମୁମ୍ୱା ବିଜୟ ହେଇଥିଲେ I ମ୍ୟାଚ୍ ପରିଚାଳନା ଦାୟିତ୍ୱ ରେଖରାମ ଦଣ୍ଡସେନା, ଗଣେଶ ପ୍ରସାଦ ରାଉତ ,ରତିକାନ୍ତ ରାଉତ ଚମନ୍ ରାଉତ, ପ୍ରେମ ସାହୁ, ରିଙ୍କି ଦଣ୍ଡସେନା, ବାବୁଲାଲ ବରିହା, ଦିନେଶ ସତନାମୀ ପ୍ରମୁଖ ତୁଲାଇଥିଲେ। ଦ୍ବିତୀୟ ଦିବସ ଖେଳ ସମାପ୍ତି ସୁଦ୍ଧା ଉମେଶ ୟୁ ମୁମ୍ବା -୨୦ ପଏଣ୍ଟ, ସାହୁ ବ୍ରଦର୍ସ -୧୬ ପଏଣ୍ଟ, ବିଂଝାଲ ୱାରିଅର୍ସ ଏବଂ ମାଧବ ଚାଲେଞ୍ଜର୍ସ -୧୫ ପଏଣ୍ଟ, ଗୁଣୱାନ ପାନ୍ଥର୍ସ - ୧୩ ପଏଣ୍ଟ ଏବଂ ଆର୍ୟ ୟୋଦ୍ଧା -୧୦ ପଏଣ୍ଟ ସହିତ ଆଗୁଆ ଅଛନ୍ତି।ମଞ୍ଚ ପରିଚାଳନା ଏବଂ ଧାରା ବିବରଣୀ ପ୍ରଦାନ ଗୋକୁଳ କୁମାର ଦଣ୍ଡସେନା ଏବଂ ଯଶୋବନ୍ତ ସେନାପତି କରିଥିଲା ।ଖାଦ୍ୟପେୟ ବ୍ୟବସ୍ଥା ମୁକେଶ କୁମାର ଭୋଇ ଓ ଦେଓ କୁମାର ସତନାମି ତଦାରଖ କରିଥିଲେ I ଅତିଥି ସ୍ବାଗତ ଦେବେନ୍ଦ୍ର ପ୍ରଧାନ, ଶଙ୍କର ସତନାମୀ, ପ୍ରବୀଣ ଆର୍ୟ, ପୁନିତ ରାଉତ, ଭାରତ ପ୍ରଧାନ ଦାୟିତ୍ଵ ତୁଲାଇଥିଲେ ।କାର୍ଯ୍ୟକ୍ରମ ର ଫାଇନାଲ ୧୭ତାରିଖ ରେ ସମାପନ ହେବ ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ବାରିକ ସୂଚନା ଦେଇଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ