ନୂଆପଡ଼ା ସଦର କ୍ଳଷ୍ଟରରେ ମାସିକ ବୈଠକ ଅନୁଷ୍ଠିତ

Dec 22, 2024 - 18:57
 0  12
ନୂଆପଡ଼ା ସଦର କ୍ଳଷ୍ଟରରେ ମାସିକ  ବୈଠକ ଅନୁଷ୍ଠିତ

ନୂଆପଡ଼ା ସଦର କ୍ଳଷ୍ଟର ଅନ୍ତର୍ଗତ ସିରତୋଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ଏଫ୍ ଏଲ୍ ଏନ୍ ଶିକ୍ଷକ ମାନଙ୍କର ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଶୀଳା ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଦର ସି ଆର ସି ସି ଶ୍ରୀ ଜୀତେନ୍ଦ୍ର କୁମାର୍ ଖମାରୀ ସ୍ୱାଗତ ଏବଂ ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା ଏବଂ ପୂର୍ବ ବିଷୟ ବସ୍ତୁର ପୁନରାଲୋଚନା କରିଥିଲେ। ଶିକ୍ଷୟିତ୍ରୀ ପ୍ରଭାସିନୀ ସେଠୀ ଭାଷା ଶିକ୍ଷଣ ପାଇଁ ଏବଂ ପୁଷ୍ପାଞ୍ଜଳି ମହାନ୍ତି ସଂଖ୍ୟା ଜ୍ଞାନ ପାଇଁ ଏକକ ନମୁନା ପାଠ ଯୋଜନା ଛାତ୍ର ଛାତ୍ରୀଙ୍କୁ ସୁନ୍ଦର ଭାବରେ ପଢ଼ାଇ ଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଧ୍ୟାପକ ଶ୍ରୀ ବିକ୍ରମାଦିତ୍ୟ ସିଂ ବରିହା, ବବିତା ଶବର ଟିକେଶ୍ୱର ପର୍ଣା ଓ ନୀତି ଆୟୋଗ ଅଧିନସ୍ଥ ପିରାମଲ ଫାଉଣ୍ଡେସନ ଜିଲ୍ଲା ପ୍ରଭାରୀ ସାଳିନି ଝା ପରିଦର୍ଶନରେ ଆସି ମାର୍ଗଦର୍ଶନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵ ରଞ୍ଜନ ମିଶ୍ର, ଶ୍ରୀ ସରୋଜ ଅଗସ୍ତି ଓ ଶ୍ରୀ ସାନ ପ୍ରଧାନ ଡିସେମ୍ବର ମାସର ଶୈଖିକ କ୍ୟାଲେଣ୍ଡର, ଶ୍ରେଣୀ ପରିଚାଳନା ସମୟରେ ସୁବିଧା ଅସୁବିଧା, ମାନ ନିର୍ଦ୍ଧାରଣ ଟ୍ରାକର ରେଜିଷ୍ଟର ଓ ଭଗ୍ନାଂଶ ଆଧାରିତ ଶିକ୍ଷଣ କାର୍ଯ୍ୟ ବିଷୟରେ ସମସ୍ତଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ। ପରିଶେଷରେ ଘନଶ୍ୟାମ ୟାଦବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ