ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆପଡା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଜୁଆ ଆଡ୍ଡା ରେ ତିନି ରାଜ୍ୟର ଯୁଆଡି ମାନେ ଖେଳୁଥିବା ଜଣାପଡିଛି । ଆରକ୍ଷୀ ଅଧ୍ୟକ୍ଷକ ରାଘବେନ୍ଦ୍ର ରେଡ୍ଡୀ ସାମ୍ବାଦିକ ସମ୍ମିଳନୀ ରେ ୮୧ ଜଣ ଜୁଆଡି ଧରା ପଡ଼ିଥିବା ବେଳେ ସେଥି ମଧ୍ୟରୁ ୬୪ ଜଣ ଛତିଶଗଡ଼, ୧୬ ଜଣ ଓଡ଼ିଶା ଏବଂ ୧ ଜଣ ମହାରାଷ୍ଟ୍ର ର ବୋଲି ଏସ.ପି ପ୍ରକାଶ କରିଛନ୍ତି । କୋରାପୁଟ ର ଏକ ସ୍ଵତନ୍ତ୍ର ପୋଲିସ ଦଳ ସହ ଖରୀଆର ରୋଡ ଯୋଙ୍କ ପୋଲିସ ଷ୍ଟେସନ କର୍ମଚାରୀ ଚଢାଉ ରେ ସାମିଲ ହୋଇ ବେ ଆଇନ ଭାବରେ ଜୁଆ ଚାଲି ଥିବା ଘର କୁ ସିଲ କରିଥିଲେ । ପରେ ଘର ଭିତରେ ଯୁଆଡି ଙ୍କୁ ଗିରଫ କରିଥିଲେ । ଘଟଣା ସ୍ଥଳ ରୁ ନଗଦ ୨୯ ଲକ୍ଷ ୪୫ ହଜାର ୪୦୫ ଟଙ୍କା ଜବତ୍ କରିଛନ୍ତି । ୮୮ ଗୋଟି ମୋବାଇଲ୍ ଫୋନ ଜବତ୍ କରିଥିବା ବେଳେ ୨୭ ଗୋଟି ଚାରି ଚକିଆ ଯାନ ଏବଂ ୫ ଗୋଟି ବାଇକ୍ ଜବତ୍ କରିଛନ୍ତି । ଏକ ବଡ ଧରଣ ଜୁଆ ଆଡ୍ଡା ଉପରେ ଚଢାଉ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଇନ୍ଦ୍ରମଣି ବେହେରା, ଖରିଆର ରୋଡ ଜୋଙ୍କ ଥାନା ଅଧିକାରୀ ଗୁରୂ ଦେଵ କର୍ମୀ ଯୋଗ ଦେଇଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






