ନୂଆପଡ଼ା ଜିଲ୍ଲାପାଳଙ୍କ ସେଚାଞ୍ଚଳ ଉନ୍ନୟନ ସଂସ୍ଥାର କାର୍ଯ୍ୟାବଳୀ ସମୀକ୍ଷା

Jul 8, 2025 - 21:56
 0  11
ନୂଆପଡ଼ା ଜିଲ୍ଲାପାଳଙ୍କ ସେଚାଞ୍ଚଳ ଉନ୍ନୟନ ସଂସ୍ଥାର କାର୍ଯ୍ୟାବଳୀ ସମୀକ୍ଷା

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନୂଆପଡ଼ା ସେଚାଞ୍ଚଳ ଉନ୍ନୟନ ସଂସ୍ଥା (CADA) ର କାର୍ଯ୍ୟାବଳୀ ସମୀକ୍ଷା କରିଥିଲେ l ବୈଠକରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଉପସ୍ଥିତ ଥିଲେ lନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ, ସହକାରୀ ଯନ୍ତ୍ରୀ ବିଭୂ ପ୍ରସାଦ ସାମଲ, କନିଷ୍ଠ ଯନ୍ତ୍ରୀ ସୋମରାଜ ପ୍ରଧାନ ଜିଲ୍ଲାପାଳଙ୍କୁ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ଏବଂ ବିଗତ ବର୍ଷର କାମ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପିତ କରିଥିଲେ l ଚଳିତ ବର୍ଷ କାମ ସମ୍ପର୍କରେ ଅବଗତ କରାଇଥିଲେ ଯେ, କୋମନା ବ୍ଲକ୍, ଲଟ୍ କନାପଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର କେନାଲ କାମ ମନରେଗା ଯୋଜନାରେ ଆରମ୍ଭ ହେବାକୁ ଯାଉଛି l ଏଥିପାଇଁ ବ୍ୟୟ ଅଟକଳ 19.44 ଲକ୍ଷ ଟଙ୍କା ରହଛି l ଏଥିରେ 3600 ମିଟର କରନାଳି ନିର୍ମିତ ହେବ l ଏହାଦ୍ବାରା ଲଟ୍ କନାପଡା, ଲିମ୍ ଡ଼ିହି ଏବଂ ଦଲ୍ ଦଲି ଗାଁର 144 ହେକ୍ଟର ଚାଷ ଜମି ଜଳ ସେଚିତ ହୋଇ ପାରିବ l ଜିଲ୍ଲପାଳ କହିଲେ ଯେ ଜିଲ୍ଲାର ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠିକ୍ ଭାବରେ କାର୍ଯ୍ୟ କରୁ l କେନାଲ ସବୁ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମିତ ହେଉ l ମନରେଗା ଯୋଜନାରେ ଅଧିକ ଅର୍ଥ ବରାଦ କରାଯାଇ ଅଧିକ ଲୋକଙ୍କୁ ଶ୍ରମ ଭିତ୍ତିକ କାମ ଯୋଗାଇ ଦିଆଯିବ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ