ନୂଆପଡ଼ାରେ " ଆମ ସଂକଳ୍ପ ନିଶା ନୁହେଁ, ଜୀବନ " ଏହି ବାର୍ତ୍ତା ନେଇ ବାହାରିଲା ସଚେତନତା ରଥ

Jun 4, 2025 - 23:08
 0  22
ନୂଆପଡ଼ାରେ " ଆମ ସଂକଳ୍ପ ନିଶା ନୁହେଁ, ଜୀବନ " ଏହି ବାର୍ତ୍ତା  ନେଇ ବାହାରିଲା ସଚେତନତା ରଥ

ନୂଆପଡ଼ା : ଓଡିଶାରେ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗଣସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେ କହିଥିଲେ ଯେ ଆଜି ହିଁ ସଂକଳ୍ପ ନେବା "ନିଶା ନୁହେଁ, ଜୀବନକୁ ବାଛିବା " l ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ଦ୍ଵାରା ପ୍ରସ୍ତୁତ ଏକ ସଚେତନତା ରଥକୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟରୁ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ l ନିଶା ନିବାରଣ ବାର୍ତ୍ତା ସହିତ ଗୀତ ମାଧ୍ୟମରେ ଏହି ରଥ ଗାଁ ଗାଁ ବୁଲି ମାଦକ ବିହୀନ ସମାଜ ଗଠନ ପାଇଁ ଲୋକଙ୍କୁ ସଚେତନ କରାଇବ l ଏହା ସହ ପାଲା, ଦାସକାଠିଆ, ପଥପ୍ରାନ୍ତ ନାଟକ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ ଦ୍ଵାରା ଏହି ଗୁରୁତ୍ୱପୂର୍ଣ୍ଣ ସଚେତନତା ବାର୍ତ୍ତାକୁ ପ୍ରତି ଘରେ ପ୍ରତିଟି ବ୍ୟକ୍ତି ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି l ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବକାରୀ ନିରୀକ୍ଷକ ହିରାବତୀ ଥାର୍ଟି, ସୋମନାଥ ବାଘ, ବିଭାଗର ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ଡେପୁଟି କଲେକ୍ଟର ହେମନ୍ତ ପୁଟା, ପ୍ରୟାସୀ ପ୍ରଧାନ, ପ୍ରବୀର କୁମାର ଦଣ୍ଡସେନା, ବିଜୟ କୁମାର ଛତ୍ରୀଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା , କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଅନ୍ୟାନ୍ୟ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ