ନିର୍ଜନସ୍ଥାନର ଗଛରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ।

Mar 9, 2025 - 20:14
Mar 9, 2025 - 20:15
 0  10
1 / 1

1.

ନିର୍ଜନସ୍ଥାନର ଗଛରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ।

ଅଜଣା ବ୍ୟକ୍ତିର ଗଳିତ ମର ଶରୀର ଏକ ଗଛରେ ଝୁଲନ୍ତା ଶବ ଉଦ୍ଧାର ଏପର୍ଯ୍ୟନ୍ତ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ,ଅଣ୍ଡିରାକଞ୍ଚ ଥାନା ଅଧିନରେ ଥିବା ପି,କୁପାଖାଲ ଏବଂ ଲୁଣ୍ଡୁରୁକଣା ମୋଝି ଏକ ନିର୍ଜନ ବିଲ ଜମି ତଳେ ଆମ୍ବ ଗଛ ନିକଟରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ପୁଲିସ ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ମୃତ ବ୍ୟକ୍ତିର ପରିଚୟ ମିଳି ନାହିଁ ଓ ମୃତ୍ତ୍ୟୁ କାରଣ ଅସ୍ପଷ୍ଟ।ଏହାପେର ମୃତ ଦେହ ବ୍ୟବଛେଦ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି କେସ ନମ୍ୱର (ଅଣ୍ଡିରାକଞ୍ଚ ଇଉ,ଡି କେସ୍ ନଂ୨ ଡେଟେଡ୍ ୦୯/୦୩/୨୦୨୫)ମାମଲା ରୁଜୁ ହୋଇଛି । ସୂଚନା ଥାଉ କି ମୃତକଙ୍କ କୌଣସି ପ୍ରକାର ପ୍ରମାଣ ମିଳୁ ନାହିଁ ବୋଲି ଅଣ୍ଡରାକଞ୍ଚ ଥାନା (ଏସ୍, ଆଇ,) ଅରୁଣ କୁମାର ପାତ୍ର କହିଛନ୍ତି । ଥାନାର ଦୁଇଜଣ କନେଷ୍ଟ ବଲ,ଡମ୍ବରୁଧର କିଲାକା,ଗୋବିନ୍ଦ ଜାକାକା,ପୋଲିସ ଗାଡି ଡ୍ରାଇଭର ଦିଲ୍ଲିପ ନାଏକ ଆମ୍ବୁଲାନ୍ସ ଡ୍ରାଇଭର ମିସି ଗଛରେ ଝୁଲୁଥିବା ଶବ କୁ ଉଦ୍ଧାର କରି ଛନ୍ତି। ସେଠାରେ ଉପସ୍ଥିତ ଥିବା ଭଦ୍ରବ୍ୟାକ୍ତି, ସୁବାସ ନାଏକ ,ସରପଞ୍ଚ ମସ୍ତରାମ ମାଝୀ ଉପସ୍ଥିତ ଥିଲେ। ଉକ୍ତ ନିର୍ଜନ ବିଲକୁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରି ନଥିବାରୁ ପୋଲିସ ବାବୁ ମାନେ ଆମ୍ବୁଲାନ୍ସ ପର୍ୟ୍ୟନ୍ତ ମର ଶରୀରକୁ ଭୁଇଁ ଭୂଇଁ ଆଣିବାକୁ ପଡିଥିଲା। 

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ