ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ "ନିପୁଣ ଓଡ଼ିଶା ମେଳା

Mar 28, 2025 - 19:58
 0  82
ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ "ନିପୁଣ ଓଡ଼ିଶା ମେଳା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୮.୦୩.୨୦୨୫ ରିଖ ଦିନ ସ୍ଥାନୀୟ ଜିଲ୍ଲା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ " ନିପୁଣ ଓଡିଶା ମେଳା" ୨୦୨୪-୨୫ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମ ପ୍ରଥମ ରୁ ତୃତୀୟ ଶ୍ରେଣୀ ର ପିଲାମାନଙ୍କ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ର ଉନ୍ନତି ପାଇଁ ଉଦ୍ଧିଷ୍ଟ ! ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ସମଗ୍ର ଶିକ୍ଷା, ଡ. ଶୁଭଙ୍କର ମହାପାତ୍ର ଉଦଘାଟନ କରିଥିବା ବେଳେ "ବିଦ୍ୟାଳୟ ରେ ଶିକ୍ଷାଦାନ ସହିତ ଉଚିତ୍ ଶିକ୍ଷଣ ସାମଗ୍ରୀ ର ଚୟନ ହିଁ ପ୍ରକୃତ ଶିକ୍ଷକ ର ପରିଚୟ" ର ବାର୍ତ୍ତା ରଖିଥିଲେ ! ବରେଣ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ, ପି.ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ନବରଙ୍ଗପୁର ର ଅଧ୍ୟକ୍ଷ ହିତେଶ ବର୍ମା,ସମସ୍ତ ବ୍ଲକ ର ଗୋଷ୍ଠି ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନବରଙ୍ଗପୁର ର ଅଧ୍ୟକ୍ଷ ଓ ପିରାମଲ ଫାଉଣ୍ଡେସନ ର ଜିଲ୍ଲା ପ୍ରତିନିଧି ଯୋଗ ଦେଇଥିଲେ ! ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ପରିଚାଳନା କରିଥିବା ବେଳେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ! କାର୍ଯ୍ୟକ୍ରମ ରେ ୧୦ ଗୋଟି ବ୍ଲକରୁ ୧୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଙ୍କ ଦ୍ବାରା ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିବା ସହ,ସମଗ୍ର ଶିକ୍ଷା ତରଫରୁ ୨ ଗୋଟି ଶିକ୍ଷଣ ସାମଗ୍ରୀ ଷ୍ଟଲ ପ୍ରଦର୍ଶନୀ କରାଯାଇଥିଲା ! ଏହା ସହିତ ଜିଲ୍ଲା ପ୍ରୟୋଗଶାଳା ର ୩୦ ଜଣ ଶିଶୁ ଙ୍କ ସହ ସେମାନଙ୍କ ପିତାମାତା ଓ ଅଭିଭାବକ ଯୋଗ ଦେଇ ଶିକ୍ଷଣ ସାମଗ୍ରୀ ଷ୍ଟଲ୍ ଗୁଡ଼ିକ ବୁଲି ଦେଖିଥିଲେ ! ସମାବର୍ତ୍ତନ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର ଯୋଗଦେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ରାଇଘର ଓ ଚନ୍ଦାହାଣ୍ଡି ବ୍ଲକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ! ଏହା ସହ ଅନ୍ୟ ସମସ୍ତ ବ୍ଲକ କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସ୍ମୁତି ଫଳକ ପ୍ରଦାନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ କୁ ଶୈକ୍ଷିକ ସଂଯୋଜକ କବିତା ପଣ୍ଡା ସଂଯୋଜନା କରିଥିଲେ ! ଏଥିରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ