ନବରଙ୍ଗପୁର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଏବଂ ଜିଲ୍ଲା ସ୍ତରୀୟ ' ସୁଶାସନ ଦିବସ ' ପାଳନ

Dec 25, 2024 - 20:15
 0  127
ନବରଙ୍ଗପୁର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଏବଂ ଜିଲ୍ଲା ସ୍ତରୀୟ ' ସୁଶାସନ ଦିବସ ' ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୫.୧୨.୨୦୨୪: ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସକାଳ ୧୧.୦୦ ଘ ସମୟରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ସମାରୋହ ଏବଂ ଜିଲ୍ଲା ସ୍ତରୀୟ ' ସୁଶାସନ ଦିବସ ' ପାଳିତ ହୋଇଯାଇଛି ! ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ରୂପେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ବିଶିଷ୍ଟ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭେଙ୍କଟ ରମଣ ରାଓ, ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ! ଅତିଥି ଗଣ ଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜାର୍ଚ୍ଚନା ପରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ! ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସ୍ବାଗତ ଭାଷଣ ସହ ଜୟନ୍ତୀ ଓ ସୁଶାସନ ଦିବସ ପାଳନ ର ଉଦ୍ଦେଶ୍ୟ ଉପରେ ସମ୍ୟକ୍ ସୁଚନା ଦେଇଥିଲେ ! ସଂଗୀତ ଗୁରୁ ଯୁଗଳ କିଶୋର ତ୍ରିପାଠୀ ଙ୍କ ଛାତ୍ର ଛାତ୍ରୀ ମାନେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ସ୍ବରଚିତ କବିତା ଉପରେ ପର୍ଯ୍ୟବେଶିତ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ! ଜୟନ୍ତୀ ସମାରୋହରେ ଆମନ୍ତ୍ରିତ ୨୧ ଜଣ କବି ଓ କବୀୟତ୍ରି ଗଣ ସଭାକାର୍ଯ୍ୟ ପୂର୍ବରୁ ଏବଂ ମଧ୍ୟରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୀବନ ଦର୍ଶନ,ଦେଶପ୍ରିତି ଏବଂ ମାନବୀୟ ଜୀବନ ଦର୍ଶନ ର ସମ୍ବେଦନଶୀଳତା ଉପରେ ସ୍ବରଚିତ କବିତା ପାଠ କରିଥିଲେ ! ମୁଖ୍ୟ ଅତିଥି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଆଦର୍ଶକୁ ଅବଧାରଣା କରିବା ସହ ତାଙ୍କୁ ଜଣେ ବିଶିଷ୍ଟକବି,ସ୍ଵାଭିମାନୀ ତୁଙ୍ଗ ରାଜନୈତିକ ବ୍ୟକ୍ତି ,ସାହସୀ ଓ ନିର୍ଭୀକ ବ୍ୟକ୍ତିତ୍ବ ରୂପେ ବର୍ଣ୍ଣନା କରିଥିଲେ ! ବିଶିଷ୍ଟ ଅତିଥି ନବରଙ୍ଗପୁର ବିଧାୟକ ନିଜ ବକ୍ତବ୍ୟରେ ଦେଶର ଅଖଣ୍ଡତା, ସ୍ୱାର୍ଥକୁ ସର୍ବାଗ୍ରେ ରଖି ଭାରତ ବର୍ଷର ପ୍ରଗତିକୁ ଉତଙ୍ଗ ଶିଖର ରେ ନେବା ସହ ଏକ ଜନ ମାନସର ନେତା ରୂପେ ଅଭିହିତ କରିଥିଲେ ! ମୁଖ୍ୟ ବକ୍ତା ଓ ଅନ୍ୟ ଅତିଥି ଗଣ ପୋଖରାନ୍ ବିସ୍ପୋରଣ, ବୈଦଶିକ ନୀତି,କବିତା,ସାହିତ୍ୟ ପ୍ରତି ଅନୁରାଗ, ଅତୁଳନୀୟ ବ୍ୟକ୍ତିତ୍ବ ଉପରେ କହିବା ସହ ତାଙ୍କୁ ଏକ ଶ୍ରେଷ୍ଠ ଜନ ନାୟକ ରୂପେ ବର୍ଣ୍ଣନା କରିଥିଲେ ! ଏହି ଅବସରରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୀବନ ଦର୍ଶନ ଓ ସୁଶାସନ ଉପରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ !ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା !ସମାରୋହରେ ନବରଙ୍ଗପୁର ସହରର ବିଶିଷ୍ଟ କବି ଓ କବିୟତ୍ରୀ ଭାଗ ନେଇ ନିଜର ସ୍ବରଚିତ କବିତା ପାଠ କରି ଏକ ସାହିତ୍ୟ,କାବିକ୍ୟ ଓ ଦେଶପ୍ରୀତି ର ପରିବେଶ ସୃଷ୍ଟି କରିଥିଲେ ! ସମାରୋହରେ ସଭାକାର୍ଯ୍ୟ ଓ କବିତା ପାଠ ଉତ୍ସବକୁ ଡି ଆଇ ପି ଆର୍ ଓ ପରିଚାଳନା କରିଥିଲେ ଏବଂ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ର କର୍ମଚାରୀ ସହଯୋଗ କରିଥିଲେ ! ଶେଷରେ ପ୍ରକଳ୍ପ ଅଧିକାରୀ,ଜିଲ୍ଲା ଜରୁରୀ ବିଭାଗ ହିମାଂଶୁ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ