ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ମହା ସମାରୋହରେ ପାଳିତ

Dec 18, 2024 - 18:50
 0  87
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ମହା ସମାରୋହରେ ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୮.୧୨.୨୦୨୪: ଗତ କାଲି ୧୭.୧୨.୨୦୨୪ ତାରିଖ ଦିନ ସ୍ଥାନୀୟ ସ୍ମାର୍ଟ୍ ଗୁରୁକୁଳ ମହାବିଦ୍ୟାଳୟ କାର୍ଯ୍ୟଳୟ ଠାରେ ଯୁବ ବ୍ୟାପାର ମନ୍ତ୍ରାଳୟ ଭାରତ ସରକାରଙ୍କ ଅଧୀନସ୍ଥ ମେରା ଯୁବ ଭାରତ ଓ ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ! ଏହି ଯୁବ ଉତ୍ସବରେ ଦିବା ୧୧.୦୦ ଘ ସମୟରେ ମୁଖ୍ୟ ଅତିଥିରୂପେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ! ସମ୍ମାନୀୟ ଅତିଥି ରୂପେ ଡ଼ାବୁ ଗାଁ ବିଧାୟକ ମନୋହର ରନ୍ଧାରୀ ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇଥିଲେ ! ମଞ୍ଚାସିନ ଅନ୍ୟତମ ଅତିଥି ରୂପେ ସାଂସଦ ପ୍ରତିନିଧି ଜଗଦୀଶ ବିଶୋଇ,ରମେଶ ସାହୁ, ସ୍ମାର୍ଟ୍ ଗୁରୁକୁଳ ସଭାପତି ସଚ୍ଚିଦାନନ୍ଦ ଚୌଧୁରୀ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଡି ସି ଓ ଘାଶିଆ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ !ପୂଜାର୍ଚ୍ଚନା ପରେ ସଭାରେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଯୁବ ଭାଇ ଭଉଣୀ ଙ୍କୁ ଯୁବ ମହୋତ୍ସବ ର ଶୁଭକାମନା କରି ଯୁବକମାନଙ୍କ ହାତରେ ଦେଶର ଭବିଷ୍ୟତ ରହିଛି ଏବଂ ଏହି ଦେଶକୁ ଆହୁରି ଉଚ୍ଚ ଶିଖର କୁ ନେବା ପାଇଁ ନିଜର ଆତ୍ମବିଶ୍ବାସ କୁ ଦୃଢ କରିବା ସହ ବଡ ସ୍ବପ୍ନ ଦେଖିବା ଓ ତାକୁ ପୁରଣ କରିବା ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ବାନ କରିଥିଲେ ! ଏହି ମହୋତ୍ସବ ରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଆସି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ! ବକ୍ତୃତା ପ୍ରତିଯୋଗିତାରେ ମୋନାଲିସା ତ୍ରିପାଠୀ, ସୌମ୍ୟା ସାସ୍ଵତି ନନ୍ଦ , ଅର୍ପିତା ମହାପାତ୍ର ,ଫୋଟୋଗ୍ରାଫି ପ୍ରତିଯୋଗିତାରେ ଜେ ଅଶ୍ୱିନ କୁମାର,ମହିମା ପ୍ରସାଦ ନାୟକ,ଅମନ୍ ବେହେରା,ପଦ୍ୟ ଆବୃତ୍ତି ରେ ସୁଭସ୍ମିତା ପଣ୍ଡା, ବିଶ୍ଵଜିତ ଗଉଡ,ଅର୍ଚ୍ଚିତା ତ୍ରିପାଠୀ,ଚିତ୍ରାଙ୍କନ ପ୍ରତିଯୋଗିତାରେ କବିତା ଭଣ୍ଡ, ଅଭିପ୍ସା ରଥ, ଅନ୍ୱେଷା ପାଢ଼ୀ, ବିଜ୍ଞାନ ମେଳା ( ବ୍ୟକ୍ତିଗତ ) ରେ ଧର୍ମେନ୍ଦ୍ର ରାଜସିଂ, ଶୟମ ସାରଥୀ ସିଂ,କରଣ ନାଗ, ବିଜ୍ଞାନ ମେଳା ( ଦଳଗତ ) ରେ ନମିତା ମାଝୀ ଓ ସାଥୀ, ଅଙ୍କିତା ମହାପାତ୍ର ଓ ସାଥୀ,ପ୍ରିୟଦର୍ଶିନୀ ନାୟକ ଓ ସାଥୀ ସେଭଳି ଦଳଗତ ନୃତ୍ୟ ରେ ସ୍ମାର୍ଟ୍ ଗୁରୁକୁଳ,ମହିଳା ମହାବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ ! ଉଦଯାପନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗ ଦେଇଥିବା ବେଳେ ସୁଶ୍ରୀ ଶ୍ରୀୟା ଚୌଧୁରୀ, ଆଇନଜୀବୀ ସିରାଯୁଦ୍ଦିନ ଅହମ୍ମଦ, ଶ୍ରୀମତି ଅଳକା ଚୌଧୁରୀ, ଶିକ୍ଷାବିତ୍ ବିଜୟ ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ! ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ! ସଭାକୁ ଆୟୋଜନ ଓ ପରିଚାଳନା କରିଥିଲେ ନେହରୁ ଯୁବ କେନ୍ଦ୍ର ର ଜିଲ୍ଲା ଯୁବ ସଂଯୋଜକ ଭି ରମେଶ ଏବଂ ନେହେରୁ ଯୁବ କେନ୍ଦ୍ର ର କର୍ମଚାରୀ ସହଯୋଗ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ