ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ) ତା: ୩୦.୦୪.୨୦୨୫ ରିଖ: ନବରଙ୍ଗପୁର ସହର ନିକଟସ୍ଥ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମିରଗାନ୍ ଗୁଡା ଠାରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଭୂମି ପୂଜନ ଏବଂ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ,ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତି ସହ ବରିଷ୍ଠ ବୈଜ୍ଞାନିକ, କେ ଭି କେ ଚକ୍ରଧର ମିଶ୍ର , ଜଳଛାୟା ପ୍ରକଳ୍ପ ନିର୍ଦେଶକ କୃଷ୍ଣଚନ୍ଦ୍ର ମହାନ୍ତି, ନିର୍ଦେଶକ, ଉଦ୍ୟାନ ବିଭାଗ,ଡ଼କ୍ଟର ଦିଲ୍ଲୀପ କବିରାଜ ,ଜିଲ୍ଲା କୃଷି ଅଧିକାରୀ ନବରଙ୍ଗପୁର ଅନିଲ କୁମାର ପ୍ରହରାଜ, ଜିଲ୍ଲା କୃଷି ଅଧିକାରୀ ପାପଡାହାଣ୍ଡି ବିଶ୍ୱଜିତ ସାହୁ ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କୃଷି ବିଭାଗର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ! ପୁରୋହିତ ଙ୍କ ଦ୍ଵାରା ଧରିତ୍ରୀ ମାତା ଙ୍କ ହୋମଯଜ୍ଞ ପରେ ମୁଖ୍ୟଅତିଥି ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ କର କମଳରେ ଭୂମି ପୂଜନ ଓ ଅକ୍ଷିମୁଠି ଅନୁକୂଳ କରିବା ସହ ଆନୁଷ୍ଠାନିକ ଭାବେ ଜମିରେ ହଳ କରିବାପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ ଚାଷୀ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରିଥିଲେ ! ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାଝୀ ଏହି ପରିପ୍ରେକ୍ଷୀରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ର ଶୁଭେଚ୍ଛା ସହ ଚାଷୀ ମାନଙ୍କ ପାଇଁ ଏହି ବର୍ଷ ସୁଖ ସମୃଦ୍ଧି ର ବର୍ଷ ହେଉ ବୋଲି ଶୁଭ କାମନା ଜଣାଇଥିଲେ ! ଏହି ଉପଲକ୍ଷେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସି ଏମ କିସାନ ଯୋଜନାରେ ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସମାରୋହର ସିଧା ପ୍ରସାରଣ ମଧ୍ୟ କରାଯାଇଥିଲା ! ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ନବରଙ୍ଗପୁର ବ୍ଲକ ର ଦଇତାରୀ ମାଝୀ, ଝରି ଗାଁ ର ଲକ୍ଷ୍ମୀ ଭତରା, ନନ୍ଦାହାଣ୍ଡି ର ଭାସ୍କର ଗଉଡ ଙ୍କୁ ମକାମଞ୍ଜି ଛଡାଇବା ମେସିନ ( ମେଜ ହୁଳର ) ପ୍ରଦାନ କରାଯାଇଥିଲା !୧୦ ଟି ବ୍ଲକ୍ ର ୧୦ ଜଣ ମକା ଚାଷୀଙ୍କୁ ଏଭଳି ମେସିନ ପ୍ରଦାନ କରାଯାଉଛି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






