ନବରଙ୍ଗପୁର ଜିଲ୍ଲାରେ ବିଶ୍ବ ଏଡସ୍ ଦିବସ ପାଳିତ

Dec 2, 2024 - 11:58
 0  79
ନବରଙ୍ଗପୁର ଜିଲ୍ଲାରେ ବିଶ୍ବ ଏଡସ୍ ଦିବସ ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୧.୧୨.୨୦୨୪ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର ତରଫରୁ ବିଶ୍ବ ଏଡ୍.ସ୍ ଦିବସ ତା:୦୧,୧୧,୨୦୨୪ ରେ ଆର୍, ସି, ଡି, ଉଚ୍ଚ ବିଦ୍ୟାଳୟର ସମ୍ମିଲନୀ କକ୍ଷରେ ପାଳନ ହୋଇଯାଇଅଛି ! ଏହି ଦିନ ସକାଳ ୮:୦୦ ଘ ସମୟରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଏନ୍ ସି ସି, ସ୍କାଉଟ୍,ପୋଲିସ୍ ଷ୍ଟାଫ୍, ବି ଏସ ଏଫ୍ ଯବାନ,ଆଶାକର୍ମୀ,ସମସ୍ତ ମହାବିଦ୍ୟଳୟର ଅଧ୍ୟାପକ ଓ ଅଧ୍ୟାପକାମାନଙ୍କୁ ନେଇ ଏଡସ୍ ସଚେତନତା ରାଲି ଅନୁଷ୍ଟିତ ହୋଇଯାଇଛି ! ଏହି ବୈଠକରେ ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ: ଡ଼ା ସନ୍ତୋଷ କୁମାର ପଣ୍ଡା ସଭାପତିତ୍ବ କରିଥଲେ ! ମୂଖ୍ୟ ଅତିଥି ରୁପେ ଶ୍ରୀଯୁକ୍ତ କୁନୁ ନାୟକ ମୁନିସିପାଲିଟି ଚେୟାରମ୍ୟାନ୍,ନିମନ୍ତ୍ରିତ ଅତିଥି ରୁପେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ,ନବରଙ୍ଗପୁର: ଡ଼ା ଡ଼ାକ୍ତର ନବକିଶୋର ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ( FW ), ନବରଙ୍ଗପୁର ଡ଼ା ମଳୟ କୁମାର ତ୍ରିପାଠୀ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା,କ୍ଲଷ୍ଟର୍ କାର୍ଯ୍ୟକ୍ରମ ପରିଚାଳକ, ଦିଶା : ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଟ୍ଟନାୟକ, FSW-TI ପ୍ରକଳ୍ପ ନିର୍ଦ୍ଦେଶକ, G.V.S: ଶ୍ରୀଯୁକ୍ତ ହରେକୃଷ୍ଣ ସାବତ, ଜିଲ୍ଲା VBD ଉପଦେଷ୍ଠା: ଶ୍ରୀଯୁକ୍ତ ଦିନେଶ କୁମାର ପ୍ରହରାଜ,ସାମାଜିକ କର୍ମୀ ଶ୍ରୀମତୀ ମନୋରମା ମାଝୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ନିଜର ଅଭିମତ ପ୍ରକାଶ କରିଥିଲେ ! ଜିଲ୍ଲା ଏକାଉଣ୍ଟସ୍ ପରିଚାଳକ ଶ୍ରୀଯୁକ୍ତ ଦୂର୍ଗାପ୍ରସାଦ ମହାନ୍ତି, ଜିଲ୍ଲା RCH&MCH ପରିଚାଳକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡା,ସହାୟକ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀଯୁକ୍ତ ରାମହରି ପଣ୍ଡା,ଜିଲ୍ଲା TB ଉପଦେଷ୍ଠା ଶ୍ରୀଯୁକ୍ତ R. ମନୋଜ କୁମାର, ଜିଲ୍ଲା PPM ସଂଯୋଜକ ଶ୍ରୀଯୁକ୍ତ ମାନସ କୁମାର ପ୍ରହାରାଜ,ଜିଲ୍ଲା TB/ HIV ସଂଯୋଜକ ଶ୍ରୀଯୁକ୍ତ ମାନସ ମିଶ୍ର ତଥା ଅନ୍ୟ ଓସାକ୍ସ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ! ଏହି ବୈଠକର ଶେଷଅଂଶରେ ଶପଥପାଠ, HIV/AIDS ପ୍ରତିଯୋଗୀତାରେ କୃତି ଛାତ୍ର/ ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ ତଥା ଦସ୍ତଖତ ଅଭିଯାନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମକୁ VBD ଉପଦେଷ୍ଠା ଶ୍ରୀଯୁକ୍ତ ଦିନେଶ କୁମାର ପ୍ରହରାଜ ପରିଚାଳନା କରିଥିଲେ ଓ ପରିଶେଷରେ କ୍ଲଷ୍ଟର୍ କାର୍ଯ୍ୟକ୍ରମ ପରିଚାଳକ,ଦିଶା: ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଟ୍ଟନାୟକ ସଭାରେ ଅଂଶଗ୍ରହଣ କରିଥିବା ସମସ୍ତ ଅଧିକାରୀ ତଥା ଅନ୍ୟ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାନ ପ୍ରଦାନକରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ I ସନ୍ଧ୍ୟା ୦୬:୩୦ ଘଟିକାରେ HIV/AIDS ଜନିତ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦ୍.ଗତି ପାଇଁ ମହାତ୍ମା ଗାନ୍ଧୀଙ୍କ ସ୍ମୃତିସ୍ତମ୍ଭ ଠାରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟକ୍ରମ ରହିଛି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ