।। ନବଭାରତୀ ଉଚ୍ଚବିଦ୍ୟାଳୟ ପକ୍ଷରୁ ଚାରା ବଣ୍ଟନ ।।

ବରୀ : ଏବେ ତାପମାତ୍ରାର ଅହେତୁକବୃଦ୍ଧି ତଥା ପରିବେଶର ଅଦ୍ଭୂତପୂର୍ବ ପରିବର୍ତ୍ତନ ବିଶ୍ଵର ବୁଦ୍ଧିଜୀବୀ ମାନଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି। ବୈଜ୍ଞାନିକ ମାନଙ୍କ ଚେତାବନୀ ଏଭଳି ତାପମାତ୍ରା ବୃଦ୍ଧି ଘଟିଲେ ମାତ୍ର କିଛିବର୍ଷ ମଧ୍ୟରେ ପୃଥିବୀରୁ ଜୀବ ସତ୍ତା ଲୋପ ପାଇଯିବ । ଏହାର ଏକମାତ୍ର ବିକଳ୍ପ ବହୁ ପରିମାଣର ବୃକ୍ଷରୋପଣ କରିବା ଆବଶ୍ୟକ। ଏହାକୁ ଆଖି ଆଗରେ ରଖି ବରୀବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଂଚାୟତର ନବଭାରତୀ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣାଶୁଣା ପରିବେଶବିତ୍(ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ) ତଥା ରୋଟାରିଆନ ଗିରିଶ ବିହାରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର କର୍ମଚାରୀଙ୍କୁ ସାଥିରେ ନେଇ ବିଭିନ୍ନ ପ୍ରକାରର ଚାରା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କିମ୍ଭିରିଆପାଳ ପଞ୍ଚାୟତର ଲୋକମାନଙ୍କୁ ଓ କିଛି ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଶ୍ରୀ ମିଶ୍ର ପ୍ରତ୍ୟେକବର୍ଷ "ବନମହୋତ୍ସବ" ଉପଲକ୍ଷେ ବହୁ ସଂଖ୍ୟାରେ ଚାରା ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ବାଣ୍ଟିବା ସହ ନିଜ ତତ୍ତ୍ଵାବଧାନରେ ରୋପଣ କରି ତାର ଯତ୍ନ ନେଇଥାନ୍ତି।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






