।। ନନ୍ଦପୁର ହାଟରେ ବିଜେଡ଼ି ପ୍ରଚାର କଲେ ଦଳୀୟ କର୍ମୀ;ଅଭିନେତା ଓ ଅଭିନେତ୍ରୀ ।।

May 8, 2024 - 20:08
 0  514
।। ନନ୍ଦପୁର ହାଟରେ ବିଜେଡ଼ି ପ୍ରଚାର କଲେ ଦଳୀୟ କର୍ମୀ;ଅଭିନେତା ଓ ଅଭିନେତ୍ରୀ ।।

କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଆସନ୍ତା ମେ ୧୩ ତାରିଖରେ ହେବାକୁ ଥିବା ପଟାଙ୍ଗି ନିର୍ବାଚନ ମଣ୍ଡଳୀର ପ୍ରଥମ ପର୍ଯ୍ୟାୟ ମତଦାନ। କୋରାପୁଟ ଓ ପଟାଙ୍ଗି ସଂସଦୀୟ କ୍ଷେତ୍ର ଅଧିନସ୍ଥ ସମସ୍ତ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ପଟାଙ୍ଗି ବିଧାନସଭା ଆସନରୁ ପଟାଙ୍ଗି ବିଜେଡ଼ି ବିଧାୟକ ଦଳର ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗି ନନ୍ଦପୁର ବୁଧବାର ହାଟପଦାରେ ବିଜେଡିଙ୍କ ପାଇଁ ଭୋଟ ଦେବା ପାଇଁ ଜୋର ପ୍ରଚାର କରି ଲୋକଙ୍କୁ ନିବେଦନ କରିଛନ୍ତି।ଏଥିପାଇଁ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କର୍ମୀଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହେଉଛି। ମତଦାନ ପାଇଁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପ୍ରଚାରରେ ବିଜେଡି ଆଗୁଆ ରହିଥିବା ଦେଖିବାକୁ ମିଳିଛି। ପଟାଙ୍ଗି ନିର୍ବାଚନ ମଣ୍ଡଳୀର ତିନି ବ୍ଲକର ନନ୍ଦପୁର ହାଟ ପଦା ଓ ନନ୍ଦପୁର ବ୍ଲକର ପାଡୁଆ ବାଇଲଗୁଡା ହାଟରେ ବିଜେଡି ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରଯାଇଛି। ନିର୍ବାଚନ ମାହୋଲ ସରଗରମ ହୋଇଥିବା ବେଳେ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ଓ ବ୍ଲକର ବିଭିନ୍ନ ଗ୍ରାମରେ ନବୀନ ବାବୁଙ୍କ ପାଇଁ ନେତା ଓ କର୍ମୀ ଏବଂ ଅଭିନେତା ଓ ଅଭିନେତ୍ରୀ ହାଟକୁ ହାଟ ବୁଲି ଭୋଟ ଭିକ୍ଷା କରିଛନ୍ତି। ପଟାଙ୍ଗି ପର୍ଯ୍ୟବେକ୍ଷକ ବାଲା ରାୟଙ୍କ ନେତୃତ୍ୱରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ନିତି ଗୋଟି ବ୍ଲକରେ ଥିବା ହାଟ ମାନଙ୍କରେ ପ୍ରଚାର କାର୍ଯ୍ୟ ଜୋର ଆରମ୍ଭ ହୋଇଥିଲା। ବାଦ୍ୟ ବାଜଣା ଓ ପ୍ରଚାର ଗାଡିସହ ନେତାକର୍ମୀ ଓ ଅଭିନେତା, ଅଭିନେତ୍ରୀ ମାନେ ସହରର ବିକାଶ ହାଟହାଟରେ ବୁଲି କରି ନବୀନ ବାବୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।ପଟାଙ୍ଗି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗିଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ।ସହରର ବିକାଶ ଓ ସାଧାରଣ ଜନତାଙ୍କ ସେବାରେ ଦୀର୍ଘ୨୪ ବର୍ଷ ଧରି ସମର୍ପିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ତିନି ଗୋଟି ବ୍ଲକର ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ।

 ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 2
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ