।। ନନ୍ଦପୁର ସାପ୍ତାହିକ ହାଟରେ କଂଗ୍ରେସର ଜୋରଦାର ପ୍ରଚାର ।।

May 8, 2024 - 20:11
 0  355
।। ନନ୍ଦପୁର ସାପ୍ତାହିକ ହାଟରେ କଂଗ୍ରେସର ଜୋରଦାର ପ୍ରଚାର ।।

କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀର ନନ୍ଦପୁର ସାପ୍ତାହିକ ବୁଧବାର ହାଟରେ କଂଗ୍ରେସର ଜୋରଦାର ପ୍ରଚାର ଚାଲିଛି।ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମହଲ ସରଗରମ ରହିଛି । ଏପରି କ୍ଷେତ୍ରରେ ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପ୍ରଚାର କରିବା ଜୋର ଧରିଥିବା ବେଳେ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ତିନି ଗୋଟି ବ୍ଲକର ପ୍ରମୂଖ ସାପ୍ତାହିକ ହାଟ ରେ ପ୍ରତ୍ୟେକ ଦଳ ନିଜନିଜର ସମର୍ଥକଙ୍କ ସହ ପ୍ରଚାର କରିବା ଦେଖିବାକୁ ମିଳିଛି ।ନନ୍ଦପୁର ବ୍ଲକ୍ ଆଖପାଖ ଅଞ୍ଚଳର ଗ୍ରାମାଞ୍ଚଳର ହଜାର ହଜାର ଲୋକ ନିଜର ସପ୍ତାହିକ ହାଟ ଉପରେ କଂଗ୍ରେସର ଜୋର ପ୍ରଚାର କରିଛନ୍ତି । ସାପ୍ତାହିକ ହାଟ ନିର୍ବାଚନୀ ପ୍ରଚାରରେ ଏହି କଂଗ୍ରେସ ଦଳ ପକ୍ଷରୁ ଜୋରଦାର ପ୍ରଚାର କରିଥିଲେ।ପଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ଆୟୋଜନ କରାଯାଇ ବିଧାୟକ ପ୍ରାଥି ଶ୍ରୀଯୁକ୍ତ ରାମଚନ୍ଦ୍ର କାଡ଼ାମ ଓ କୋରାପୁଟ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରୀ ଉଲାକ ଙ୍କୁ ଭୋଟ ଦେବା ପାଇଁ ନିବେଦନ କରାଯାଇଥିଲା ଏଥିରେ ପ୍ରାୟ ହଜାର ରୁ ଉର୍ଦ୍ଧ ଦଳୀୟ କର୍ମୀଙ୍କ ସହ କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରଚାର କରାଯାଇଥିଲା । କଂଗ୍ରେସରେ ମଧ୍ୟ ହଜାର ହଜାର ସମର୍ଥକ ଙ୍କ ସହ ବାଜା ବାଦ୍ୟ ସହ ନିଜ ନିଜର ପ୍ରାର୍ଥୀ ଙ୍କ ପ୍ରଚାର ଦେଖିବାକୁ ମିଳିଥିଲା ।କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାଥି ରାମଚନ୍ଦ୍ର କଡ଼ାମ ଏବଂ କୋରାପୁଟ ବିଧାୟକ ସାଂସଦ ପ୍ରାଥି ଶ୍ରୀଯୁକ୍ତ ସପ୍ତଗୀରି ଉଲ୍କାକାଙ୍କୁ ବହୁ ସଂଖ୍ୟକ ଭୋଟ ଦେବାପାଇଁ ନିବେଦନ କରାଯାଇଥିଲା ।

ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ